ଦେଖନ୍ତୁ ଭିଡ଼ିଓ: ଜାତୀୟ ପତାକାକୁ ଅସମ୍ମାନ! ତ୍ରିରଙ୍ଗାରେ ଗାଡ଼ି ପୋଛି ଗିରଫ ହେଲେ ଏହି ବ୍ୟକ୍ତି….

ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଥିଲେ। ଗୋଟିଏ ପଟେ ସରକାର ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଖୋଲାଖୋଲି ଜାତୀୟ ପତାକାକୁ ଅସମ୍ମାନ କରୁଥିବା ଦେଖିବାକୁ ମିଳୁଛି।
ନୂଆଦିଲ୍ଲୀ ସ୍ଥିତ ଭଜନପୁର ଅଞ୍ଚଳରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି। ଏଠାରେ ଜଣେ ବ୍ୟକ୍ତି ପ୍ରତିଦିନ ଜାତୀୟ ପତାକା ସାହାଯ୍ୟରେ ନିଜ ସ୍କୁଟିକୁ ସଫା କରୁଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ବ୍ୟକ୍ତି ଜଣକ ନିଜ ସ୍କୁଟିକୁ ପ୍ରତିଦିନ ଏଭଳି ସଫା କରୁଥିବା ତାଙ୍କ ପଡୋଶୀ ଅଭିଯୋଗ କରିଛନ୍ତି। ସେ ହିଁ ଏହି ଘଟଣାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ଦେଖନ୍ତୁ ଭିଡ଼ିଓ:-
ये व्यक्ति अपने देश के झंडे तिरंगे 🇮🇳से अपनी scooty साफ़ कर रहा है।ये रोज़ाना इसी प्रकार अपनी Scooty साफ़ करता है।
— Hem Men (@hem_men1) September 7, 2022
Scooty number-DL10SY5491
Owned by -Soni Zaidi
गाड़ी का insurance भी expire हो चुका@DelhiPolice @dtptraffic कृपया मामले का संज्ञान ले उचित कार्यवाही निश्चित कराएँ pic.twitter.com/nlacPILKMr
ଭିଡ଼ିଓରେ ବ୍ୟକ୍ତି ଜଣକ ଘରୁ ଜାତୀୟ ପତାକା ଆଣି ସେଥିରେ ପ୍ରଥମେ ନିଜ ଗାଡ଼ିର ଧୂଳି ଝାଡୁଛନ୍ତି। ପରେ ସିଟ୍ ପୋଛିବା ସହିତ ଗାଡିର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ସଫା କରୁଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବାପରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡ଼କୁ ଆସିଛି। ଅଭିଯୁକ୍ତକୁ ଗିରଫ କରାଯାଇଥିବା ମଧ୍ୟ ଜଣାପଡିଛି।