ପ୍ରେମିକାର ଭାବି ସ୍ୱାମୀକୁ ଅପହରଣ ଉଦ୍ୟମ! ଧରାପଡିବା ପରେ ନିର୍ଧୁମ ଛେଚିଲେ ଗାଁ ଲୋକେ, ଆଉ ତାପରେ...

 
Abducted

ପ୍ରେମିକା କୁ ଜୀବନଠୁ ଅଧିକ ଭଲପାଉଥିଲେ। କିନ୍ତୁ, ଉକ୍ତ ଯୁବତୀଙ୍କ ବାହାଘର ଅନ୍ୟ ଜଣେ ପୁଅ ସହିତ ଠିକ ହୋଇଯିବାରୁ ସହିପାରିଲାନି ପ୍ରେମିକ। ପ୍ରେମିକାର ଭାବି ସ୍ୱାମୀକୁ ଅପହରଣ କରିବାକୁ ଚେଷ୍ଟା କରିଲା। ଗାଁ ଲୋକଙ୍କ ହାତରେ ଧରାପଡ଼ି ବହେ ଛେଚା ମଧ୍ୟ ଖାଇଲା। ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଠାରେ ଏଭଳି ଏକ ଅଜବ ଘଟଣା ଘଟିଥିବା ସୂଚନା ମିଳିଛି।

Tied up

ମିଳିଥିବା ସୂଚନା ଅନୁଯାଇ ଲିଙ୍ଗିପୁରର ଜଣେ ଯୁବକଙ୍କର ପିପିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ସ୍ଥାନୀୟ ଏକ ମନ୍ଦିରରେ ଉଭୟଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା। ତେବେ, ଯୁବତୀଙ୍କ ପୂର୍ବତନ ପ୍ରେମିକକୁ ଏଥିନେଇ ସୂଚନା ମିଳିବା ପରେ ଭାବିସ୍ଵାମୀକୁ ପାନେ ଦେବା ଲକ୍ଷ୍ୟରେ ସେ ଲିଙ୍ଗିପୁର ଠାରେ ଆସି ପହଞ୍ଚିଥିଲା।

Dhauli

ସେ ତାର ତିନି ଜଣ ସହଯୋଗୀଙ୍କ ସହିତ ଆସିଥିବା ବେଳେ ଦୁଇଜଣ ନଦୀବନ୍ଧ ଉପରେ ଜଗିଥିଲେ। ମୁଖ୍ୟ ଅଭିଯୁକ୍ତ ତାର ଅନ୍ୟ ଜଣେ ସହଯୋଗୀ ସହିତ ଗାଁ ଭିତରକୁ ଯାଇ ଯୁବକଙ୍କ ଠିକଣା ମାଗିଥିଲା। ଯୁବକ ଜଣକ ଆସିବାରୁ ସେମାନେ ତାଙ୍କୁ ଜବରଦସ୍ତ ଉଠାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସ୍ଥାନୀୟ ଲୋକେ ଉଭୟ ଅଭିଯୁକ୍ତଙ୍କୁ ଧରି ନିର୍ଧୁମ ମାଡ଼ ମାରିଥିଲେ। ହେଲେ ନଦୀବନ୍ଧ ଉପରେ ଠିଆ ହୋଇଥିବା ଅନ୍ୟ ଦୁଇଜଣ ଯୁବକ ଧରାପଡ଼ିଯିବା ଭୟରେ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।