କଳି ଯୁଗର କଂସ ମାମୁଁ! ଶୋଇଥିବା ଅବସ୍ଥାରେ ଭାଣେଜୀ ଦେହରେ ଲଗାଇଦେଲା ନିଆଁ, ଆଉ ତାପରେ...

 
Burnt

ମାମୁ ସାଜିଲା ପିଶାଚ, ଟିକିଏ ହେଲେ ଦୟା ଆସିଲାନି ଘରେ ଶୋଇଥିବା ନାବାଳିକା ଭାଣେଜୀ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଲା। ଏହି ଘଟଣାରେ ପୀଡିତାଙ୍କର ଶରୀରର ୭୦% ପୋଡି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି।

Burnt

ମିଳିଥିବା ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ବିଦ୍ୟାନଗରରେ ରୁହନ୍ତି ଅଭିଯୁକ୍ତ ସୀତାରାମ ଦିଗାଲ। ସୋମବାର ଦିନ ସିତାରାମ ମଦ ପିଇ ନିଜ ବୈଦ୍ୟନାଥପୁର ସ୍ଥିତ ଘରେ ପାଟିତୁଣ୍ଡ କରିଥିଲା। ଏହାପରେ ନିକଟରେ ଥିବା ଭଉଣୀ ଘରକୁ ଚାଲି ଯାଇଥିଲା। ସେଠାରେ ଭଉଣୀ ଘର ବାହାରେ ଶୋଇଥିବା ବେଳେ ଭାଣେଜୀ ଭିତରେ ଶୋଇଥିଲା, ଏହାର ସୁଯୋଗ ନେଇ ସିତାରାମ ତା ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

Arrested

ପୀଡିତା ୧୩ ବର୍ଷୀୟା ଭାଣେଜୀକୁ ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ସିତାରାମ ଏହା ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲା। ଗତ କିଛିଦିନ ତଳେ ସେ ଅନ୍ତରୀଣ ବେଲ୍‌ରେ ଫେରିଥିବା ବେଳେ କଣ ପାଇଁ ଏପରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।