ଫଲୋଅର୍ସ ବଢାଇବା ପାଇଁ ସ୍ୱାମୀ ଫେସବୁକରେ ପୋଷ୍ଟ କରିଦେଲା ସ୍ତ୍ରୀର ଗାଧୋଉଥିବାର ଅଶ୍ଳୀଳ ଭିଡ଼ିଓ, ଆଉ ତାପରେ...

 
Mms

ଆଜିକାଲି ସୋସିଆଲ ମିଡିଆରେ ଫେମସ୍ ହେବାପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ରହୁଛନ୍ତି। ଫଲୋଅର୍ସ ବଢାଇବା ପାଇଁ ଲୋକେ ଯେ କୌଣସି ସ୍ଥରକୁ ଖସି ଯିବାପାଇଁ ପଛାଉ ନାହାଁନ୍ତି। ଏପରିକି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଲୋକପ୍ରିୟ ହେବାପାଇଁ ନିଜ ସ୍ତ୍ରୀର ଅନ୍ତରଙ୍ଗ ଭିଡ଼ିଓ ପୋଷ୍ଟ କରିବାକୁ ମଧ୍ୟ ପଛାଇ ନାହାଁନ୍ତି। ପୋଲିସ ଘଟଣାର ଛାନବିନ୍ ଜାରି ରଖିଛି।

Bathing video

ମାମଲାଟି ଉତ୍ତର ପ୍ରଦେଶ ସ୍ଥିତ ଫିରୋଜାବାଦ୍ ଜିଲ୍ଲାରେ ଘଟିଛି। ମହିଳା ଜଣକ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ଏକ ସର୍କସ୍ ରେ କାମ କରିଥାନ୍ତି। ମହିଳା ଜଣକ ନିଜ ବାପଘରେ ରହୁଥିବା ବେଳେ ସ୍ୱାମୀଙ୍କ ସହିତ ଭିଡ଼ିଓ କଲ୍ ଯୋଗେ କଥା ହୋଇଥାନ୍ତି। ଘଟଣା ଦିନ ମହିଳା ଜଣକ ଗାଧୋଉଥିବା ବେଳେ ତାଙ୍କ ସ୍ୱାମୀ ଭିଡ଼ିଓ କଲ୍ କରିଥିଲେ।

Facebook

 ଏହି ସମୟରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କର ଗାଧୋଇବାର ଭିଡ଼ିଓ ରେକର୍ଡ଼ କରିବା ସହିତ ଫୋଟୋ ମଧ୍ୟ ଉଠାଇଥିଲେ। ଏହାର କିଛି ସମୟ ପରେ ଫଲୋଅର୍ସ ବଢାଇବା ନିଶାରେ ସେ ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଥିଲେ। ବ୍ୟକ୍ତି ଜଣକ ଏହି ଭିଡ଼ିଓଟିକୁ ଡିଲିଟ୍ କରିବା ପାଇଁ ମନା କରି ଦେବାରୁ ତାଙ୍କ ପତ୍ନୀ ବାଧ୍ୟ ହୋଇ ଥାନାର ଦ୍ୱାରାସ୍ତ ହୋଇଛନ୍ତି।



 

From around the web