ହାତ ବାଜି ମୋମୋ ପ୍ଲେଟ୍ ତଳେ ପଡ଼ିଯିବାରୁ ହେଲା ଝଗଡ଼ା, ଛୁରା ମାଡ଼ ନେଇଗଲା ୩ ଛୁଆର ବାପାର ଜୀବନ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Murder

କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ। ନିଜ ରାଗ ହିଁ ମଣିଷର ସବୁଠାରୁ ବଡ଼ ଶତ୍ରୁ ଅଟେ ଏବଂ ଅଧିକ କ୍ଷତି କରିଥାଏ। ଏହାର ଏକ ଜ୍ୱଳନ୍ତ ଉଧାରଣ ରାଜଧାନୀ ଦିଲ୍ଲୀ ଠାରେ ଦେଖିବାକୁ ମିଳିଛି। ଏଠାରେ ସାମାନ୍ୟ ମୋମୋ ଖାଇବାକୁ ନେଇ ହୋଇଥିବା ଝଗଡ଼ାରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି। ଖାଉଥିବା ମୋମୋ ପ୍ଲେଟ ତଳେ ପଡ଼ି ଯିବାରୁ ଏହି ଝଗଡ଼ା ଆରମ୍ଭ ହୋଇଥିବା ଜଣାପଡିଛି।

Momo

ମିଳିଥିବା ସୂଚନା ଅନୁଯାଇ ଦିଲ୍ଲୀ ମୋହନ ଗାର୍ଡେନ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର ଜଣେ ରାଜମିସ୍ତ୍ରୀ ଭାବରେ କାମ କରନ୍ତି। ଜିତେନ୍ଦ୍ର ନିଜ ସ୍ତ୍ରୀ ଏବଂ ୩ ପିଲାଙ୍କ ସହିତ ରହୁଥିବା ବେଳେ ଘଟଣା ଦିନ ତାଙ୍କ ପୁରୁଣା ସାଙ୍ଗ ବୀରେନ୍ଦ୍ର ସହିତ ଦେଖା କରିବା ପାଇଁ ତିରଙ୍ଗା ଛକ ନିକଟକୁ ଆସିଥିଲେ। ବୀରେନ୍ଦ୍ର ଓ ଜିତେନ୍ଦ୍ର ସେଠାରେ କଥା ହେଉଥିବା ବେଳେ ସେଠାକୁ ନକୁଳ ନାମକ ଆଉ ଜଣେ ବ୍ୟକ୍ତି ଆସି ମୋମୋ ଖାଉଥିଲେ।

Jitendra

ତେବେ, ଭୁଲବଶତଃ ଜିତେନ୍ଦ୍ରଙ୍କ ହାତ ନକୁଳ ହାତରେ ବାଜିବାରୁ ତାର ମୋମୋ ପ୍ଲେଟ ତଳେ ପଡି ଯାଇଥିଲା। ନିଶାଗ୍ରସ୍ତ ଥିବା ନକୁଳ ଏହି କଥାକୁ ନେଇ ଜିତେନ୍ଦ୍ରକୁ ଗାଳିଗୁଳଜ କରିଥିଲା। ଏହାକୁ ଜିତେନ୍ଦ୍ର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ନକୁଳ ଜିତେନ୍ଦ୍ରଙ୍କ ବେକକୁ ଛୁରୀ ଦ୍ୱାରା ଆକ୍ରମଣ କରିଥିଲା। ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲେ ହେଁ ସେଠାରେ ଜିତେନ୍ଦ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ନକୁଳକୁ ଗିରଫ କରିଛି।