ପରକୀୟା ପ୍ରୀତିର ଭୟଙ୍କର ପରିଣାମ! ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ସ୍ୱାମୀ-ସ୍ତ୍ରୀ…..

 
Murder

ପରକୀୟା ପ୍ରୀତିର ପରିଣାମ ସବୁବେଳେ ଭୟଙ୍କର ହୋଇଥାଏ। ଏହାର ଏକ ଜ୍ୱଳନ୍ତ ଉଧାରଣ ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ବିବାହିତା ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ଜଣେ ଯୁବକଙ୍କୁ ସେହି ମହିଳା ଏବଂ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଜଣାପଡ଼ିଛି। ତେବେ, ଏହି ଘଟଣାରେ ଯୁବକଙ୍କ କଟାମୁଣ୍ଡ ଭଦ୍ରକ ଜିଲ୍ଲା ସ୍ଥିତ ଏକ ଡ୍ରେନରୁ ମିଳିଥିଲା।

Investigation

ଖବର ମୁତାବକ ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ କିଛି ମାସ ହେବ ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳରେ ରହି ବସୁଧା ପ୍ରକଳ୍ପରେ କାମ କରୁଥିଲେ। ତେବେ, ସେଠାରେ ସୁମିତ୍ରାଙ୍କର ଦେଖା ନୟାଗଡ଼ ଅଞ୍ଚଳର ଶ୍ରୀଧର ଦଳ ବେହେରାଙ୍କ ସହିତ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ଜାଣିବା ପରେ ସ୍ତ୍ରୀକୁ ଛାଡ଼ି ଫକୀର ନିଜ ଗାଁକୁ ଚାଲି ଆସିଥିଲେ।

Accused

ତେବେ, କିଛି ଦିନ ଶ୍ରୀଧରଙ୍କ ସହିତ ରହିବା ପରେ ସୁମିତ୍ରାଙ୍କର ତାଙ୍କ ସହିତ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏହି ଝଗଡ଼ାକୁ କେନ୍ଦ୍ର କରି ସୁମିତ୍ରା ଶ୍ରୀଧରଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଥିଲା। ତା ପରେ ଏଥିନେଇ ସ୍ୱାମୀ ଫକୀର ନାୟକ ଜାଣିବା ପରେ ସେ ସ୍ତ୍ରୀ ସହିତ ମିଶି ମୃତ ଶରୀରକୁ ନେଇ ଫିଙ୍ଗି ଦେଇଥିଲେ। ଗତ ୧୨ ତାରିଖ ଶନିବାର ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଶ୍ରୀଧରଙ୍କ ଶରୀର ମିଳିଥିବା ବେଳେ ପୋଲିସ ଭଦ୍ରକ ଜିଲ୍ଲା ଛତାବର ନିକଟସ୍ଥ ଏକ ଡ୍ରେନରୁ ତାଙ୍କ କଟା ମୁଣ୍ଡକୁ ଜବତ କରିଛି।

From around the web