ଲୁଚି ଲୁଚି ୫ମ ବିବାହ କରୁଥିଲେ ୭ଟି ପିଲାର ବାପା, ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ନିର୍ଧୁମ ଛେଚିଲେ ପୁଅ ଝିଅ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Marriage

ଘରେ ଚାରି ଚାରୋଟି ସ୍ତ୍ରୀ ସହିତ ୭ଟି ସନ୍ତାନ ଥାଉ ଥାଉ ଲୁଚି ଲୁଚି ବିବାହ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳିଲା ଉଚିତ ଶାସ୍ତି। ମୁସଲମାନ ସମ୍ପ୍ରଦାୟର ଏହି ବ୍ୟକ୍ତି ଜଣକ ପଞ୍ଚମ ନିକାହ କରିବାକୁ ଯାଉଥିବା ବେଳେ ପୂର୍ବରୁ ଥିବା ତାଙ୍କର ପତ୍ନୀ ଏବଂ ସନ୍ତାନ ମାନେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏପରିକି ପୁଅ ଝିଅ ସମସ୍ତଙ୍କ ସାମ୍ନାରେ ବାପାଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇ ନଥିଲେ।

Nikah

 ଉତ୍ତରପ୍ରଦେଶର ସୀତାପୁର ସ୍ଥିତ କୋଟୱାଲିର ସର୍ଦ୍ଦାର କଲୋନୀ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି। ଏଠାରେ ରହୁଥିବା ୪୫ ବର୍ଷୀୟ ଶଫି ଅହମ୍ମଦ ପୂର୍ବରୁ ୪ ଜଣଙ୍କୁ ବିବାହ କରି ସାରିଥିଲେ ହେଁ ଲୁଚି ଲୁଚି ପଞ୍ଚମ ବିବାହ କରିବାକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଉତ୍ତେଜନା ଏତେ ବଢ଼ି ଯାଇଥିଲା ଯେ ଘଟଣାସ୍ଥଳରୁ କନ୍ୟା ଡରି ଯାଇ ପଳାଇଥିବା ମଧ୍ୟ ଜଣାପଡ଼ିଛି।

Beaten

ଶଫିଙ୍କର ପତ୍ନୀ ଏବଂ ପୁଅଝିଅଙ୍କ କହିବା ମୁତାବକ ତାଙ୍କ ବାପା ପୂର୍ବରୁ ମଧ୍ୟ ଲୁଚି ଲୁଚି ୪ଟି ବିବାହ କରି ସାରିଛନ୍ତି। କିନ୍ତୁ, ଏଥର ପୁଣିଥରେ ପଞ୍ଚମ ବିବାହ କରିବାକୁ ଯାଉଥିଲେ, ଯାହାକି ସେମାନେ କରାଇବାକୁ ଦେବେ ନାହିଁ। ଶଫି ଅନେକ ଦିନ ହେବ ଘରକୁ ଅସୁନଥିବା ଏପରିକି ଘର ଖର୍ଚ୍ଚ ମଧ୍ୟ ବୁଝୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।