ଦେଖନ୍ତୁ ଭିଡ଼ିଓ: ହଜିଯାଇଛି ମାନବିକତା! କାରକୁ ଛୁଇଁ ଦେବାରୁ ପିଲାଟିକୁ ଏଭଳି ଗୋଇଠା ମାରିଲେ ଏହି ଯୁବକ….

ନିଜକୁ ଶିକ୍ଷିତ ଏବଂ ଜ୍ଞାନୀ ବୋଲି କୁହାଉଥିବା ଏହି ମଣିଷ ସମାଜରେ ଦିନକୁ ଦିନ ମାନବିକତା କମିବାରେ ଲାଗିଛି। ଏହାର ଏକ ସ୍ପଷ୍ଟ ଚିତ୍ର କେରଳରେ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ୬ ବର୍ଷର ଛୋଟ ପିଲାଟିଏ କାରକୁ ଛୁଇଁଦେବାରୁ କାର ମାଲିକ ତାକୁ ଗୋଇଠା ମାରୁଥିବା ଜଣାପଡିଛି। ଏହି ଘଟଣାର ସିସିଟିଭି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି।
କେରଳର କନ୍ନୁର୍ ଠାରେ ଏଭଳି ଏକ ଘଟଣା ଘଟିଯାଇଛି। ଥାଲାସେରୀ ଅଞ୍ଚଳରେ ରାସ୍ତା କଡରେ ଏକ ଗାଡି ପାର୍କ ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଏହି ୬ ବର୍ଷର ବାଳକ ଏହା ଉପରେ ଭରା ଦେଇ ଠିଆ ହୋଇଥିଲା। ବାସ୍, ଏତିକିରେ ଗାଡ଼ି ଡ୍ରାଇଭର ଶିହଶାଦକୁ ରାଗ ଚଢ଼ି ଯାଇଥିଲା। ସେ ତୁରନ୍ତ ଗାଡିରୁ ବାହାରି ପିଲାଟିକୁ ଗାଳି କରିବା ସହିତ ଗୋଇଠା ମାରିଥିଲା।
God's Own County has become the Devil's Own Land under the @pinarayivijayan regime. A six-year-old Rajasthani boy was kicked and manhandled for leaning on a car. This inhuman incident happend in Thalassery, Kannur.@PrakashJavdekar @AgrawalRMD @BJP4India pic.twitter.com/R0m9nd1sFQ
— K Surendran (@surendranbjp) November 4, 2022
ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ପାଖରେ ଥିବା ସିସିଟିଭିରେ କଏଦ ହୋଇଯାଇଥିଲା। ତେବେ, ସେଠାରେ ଉପସ୍ଥିତ ଥିବା ଲୋକେ ଏଥିନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ପଚରାଉଚରା କରି ଛାଡ଼ି ଦେଇଥିଲା। କିନ୍ତୁ, ଏଥିନେଇ ଅସନ୍ତୋଷ ବଢିବାରୁ ପୋଲିସ ବାଧ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ତା ନାଁରେ ହତ୍ୟା ପାଇଁ ଉଦ୍ୟମ କରିଥିବା ନେଇ ମାମଲା ରୁଜୁ କରିଛି।