ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ MMS ଲିକ୍ ଘଟଣା, ମୁହଁ ଖୋଲିଲେ ଭାଇରାଲ୍ କରିଥିବା ଯୁବତୀ, କହିଲେ ମୁଁ ଭିଡ଼ିଓ ସୁଟ୍ କରି...

 
Chandigarh

ଜଣେ ନୁହେଁ କି ଦୁଇଜଣ ନୁହେଁ ଏକାଥରକେ ୬୦ ଜଣ ଛାତ୍ରୀଙ୍କର ହେଲା ଏମଏମଏସ୍ ଲିକ୍। ପଞ୍ଜାବ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏଭଳି ନିନ୍ଦନୀୟ ଘଟଣା ଘଟିଯାଇଛି। ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ସେଠାରେ ଥିବା ଅନ୍ୟ ଛାତ୍ରୀମାନଙ୍କର ଗାଧୋଇବା ସମୟର ଭିଡ଼ିଓ ଉତ୍ତୋଳନ କରି ନିଜ ପୁରୁଷ ବନ୍ଧୁଙ୍କ ପାଖକୁ ପଠାଉଥିଲେ। ସିମଲାରେ ରହୁଥିବା ଉକ୍ତ ଯୁବକ ଜଣକ ଭିଡ଼ିଓ ଗୁଡିକୁ ଇଣ୍ଟରନେଟରେ ଅପଲୋଡ଼ କରିବା ପରେ ସେଗୁଡିକ ଭାଇରାଲ ହୋଇଯାଇଥିଲା।

Strike

ତେବେ ନିଜର ଭାଇରାଲ ଭିଡ଼ିଓ ଗୁଡିକୁ ଦେଖିବା ପରେ ଉକ୍ତ ଯୁବତୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏପରିକି ଏହି ଖବର ପାଇ ଜଣେ ଯୁବତୀଙ୍କୁ ହୃଦଘାତ ଆସିଥିବା ଏବଂ ଅନ୍ୟ ୮ ଜଣ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ, ଏଥିନେଇ ଯୁବତୀମାନେ ପ୍ରଥମେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେମାନେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ।

Culprit

ଯାହାପରେ ଶନିବାର ବିଳମ୍ବିତ ରାତିରେ ଉତ୍ତେଜିତ ଛାତ୍ରଛାତ୍ରୀମାନେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟକୁ ଘେରି ଯାଇ ‘ୱି ଫର୍ ଜଷ୍ଟିସ୍’ ନାରା ଦେଇଥିଲେ। ପରିସ୍ଥିତି ଅସମ୍ଭାଳ ହେବାପରେ ପୋଲିସ ଫୋର୍ସକୁ ନିୟୋଜିତ କରାଯାଇଥିଲା। ତେବେ, ଉତ୍ୟକ୍ତ ଛାତ୍ରଛାତ୍ରୀ ପିସିଆର୍ ଭ୍ୟାନକୁ ପଲଟାଇ ଦେବାରୁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ଛାତ୍ରୀଙ୍କୁ ଚିହ୍ନଟ କରାଯାଇ ସାରିଛି ଏବଂ ତାଙ୍କ ଉପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।

Chandigarh

ଖବର ଅନୁଯାୟୀ, ଏହି ଛାତ୍ରୀ ଅଶ୍ଲିଳ ଭିଡ଼ିଓ ନିଜ ବୟଫ୍ରେଣ୍ଡ ଯିଏ କି ସିମ୍‌ଲାରେ ରୁହେ ତାକୁ ପଠେଇବା କୁହାଯାଉଛି। ଶିମଲା ପୋଲିସ୍ ଉକ୍ତ ଛାତ୍ରକୁ ଗିରଫ କରିଛି। କୁହାଯାଉଛିଯେ, ଅଭିଯୁକ୍ତ ଛାତ୍ରୀ ତାଙ୍କୁ ଭିଡିଓ ପଠାଉଥିଲେ ଏବଂ ସେ ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରୁଥିଲେ।