MBA ଛାତ୍ରୀ ନା ଚୋରଣୀ? ସହପାଠୀଙ୍କ ଫୋନ ଲ୍ୟାପଟପ୍ ଚୋରି କରି ଗିରଫ ହେଲେ ଛାତ୍ରୀ, ଦେଖନ୍ତୁ ପୂରା ଘଟଣା ୍

 
Mba chorani

ଭୁବନେଶ୍ୱରରେ MBA ପାଠ ପଢ଼ୁଥିବା ଚୋରଣୀ। ଆଜ୍ଞା ହଁ, ରାଜଧାନୀର କିଟ୍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ଯୁବତୀ ହଷ୍ଟେଲରୁ ଫୋନ, ଲ୍ୟାପଟପ୍ ଚୋରି କରିବା ପରେ ଏହାକୁ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ନେଇ ବିକ୍ରି କରୁଥିବା ଜଣାପଡ଼ିଛି। ପୋଲିସ ଉକ୍ତ ଯୁବତୀଙ୍କ ନାମରେ ମାମଲା ରୁଜୁ କରିବା ସହିତ ଗିରଫ କରିଥିବା ଜଣାପଡ଼ିଛି।

Laptop

ମିଳିଥିବା ସୂଚନା ଅନୁଯାଇ ଛାତ୍ରୀ ଜଣଙ୍କ ନାମ ପୂଜା ସାହା ଅଟେ। ସେ କିଟ୍ ବିଶ୍ୱବିଦ୍ୟାଳୟରେ MBA ପଢ଼ନ୍ତି। ଗତ ସେପ୍ଟେମ୍ବର ମାସଠାରୁ ପୂଜା କିଟ୍ କ୍ୟାମ୍ପସରେ ଥିବା ହଷ୍ଟେଲରେ ରହୁଥିଲେ। ତେବେ, ସେ ହଷ୍ଟେଲ ଆସିବା ପରଠାରୁ ସେଠାରେ ଲ୍ୟାପଟପ୍ ଏବଂ ମୋବାଇଲ ଚୋରି ହେବା ଆରମ୍ଭ ହୋଇଯାଇଥିଲା। ଏଥିନେଇ ଛାତ୍ରୀମାନେ କଲେଜ କର୍ମକର୍ତ୍ତାଙ୍କୁ ଜଣାଇବା ସହିତ ଥାନାରେ ଏତଲା ଦେଇଥିଲେ।

ପୂଜାଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ନେଇ ପଚରାଉଚରା ଆରମ୍ଭ କରିଥିଲା। ସେଠାରେ ପୂଜା ସତ ମାନି ଯାଇଥିଲେ। ତେବେ, ହଷ୍ଟେଲରୁ ଫୋନ ଲ୍ୟାପଟପ ଚୋରି କରିବା ପରେ ତାଙ୍କର ଜଣେ ସହଯୋଗୀଙ୍କ ଦ୍ଵାରା ପୂଜା ଏହାକୁ ପଶ୍ଚିମବଙ୍ଗ ପଠାଇ ଦେଉଥିଲେ। ସେଠାରେ ଉପକରଣର ଆଇଏମଆଇ ନମ୍ବର ବଦଳାଇ ସେଗୁଡିକୁ ବିକ୍ରି କରି ଦିଆ ଯାଉଥିଲା। ତେବେ, ସେମାନଙ୍କର ଏହି ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ସୁରାକ ପାଇଛି।