ଦେଖନ୍ତୁ ଭିଡ଼ିଓ: ମଦ ପିଇ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କଲେ ଏହି ମହିଳା ଅଧିକାରୀ, ଭାଇରାଲ ହେଉଛି ଭିଡ଼ିଓ

 
Mahila Adhikari

ମଦୁଆମାନେ ରାସ୍ତା ଉପରେ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କରିବା କିଛି ନୂଆ କଥା ନୁହେଁ। କିନ୍ତୁ, ଯଦି ନିଶାସକ୍ତ ଅବସ୍ଥାରେ ଯଦି ଜଣେ ପ୍ରଶାସନିକ ଅଧିକାରୀ ଏପରି କରନ୍ତି ତେବେ ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ଅଟେ। ବହରାଇଚ ଜିଲ୍ଲାର ଜରୱାଲ୍‌ ରୋଡ୍‌ ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏଥିପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି।

Fight

ମିଳିଥିବା ସୂଚନା ଅନୁଯାଇ ଦେବୀପଟନ ମଣ୍ଡଲର ଉପ ଶମ୍ରିକ କମିସନର ରଚନା କେଶରୱାନୀ ଶ୍ରମ ଦିବସ ଦିନ ମଦ ପିଇ ନିଶାସକ୍ତ ଅବସ୍ଥାରେ ରାସ୍ତା ଉପରେ ହଙ୍ଗାମା କରିଥିଲେ। ସେ ଲକ୍ଷ୍ନୌରୁ ନିଜେ ଗାଡ଼ି ଚଳାଇ ଗୋଣ୍ଡାକୁ ଆସୁଥିଲେ। କିନ୍ତୁ, ମ୍ୟାଡ଼ାମ୍ ଏତେ ମଦ ପିଇଥିଲେ ଯେ ସେ ତାଙ୍କ ବାଟ ଭୁଲି ଯାଇ ବହରାଇଚ ଆଡ଼େ ପଶି ଯାଇଥିଲେ। ପୋଲିସ ତାଙ୍କୁ ଠେଲିପେଲି କାର ଭିତରେ ବସାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରଚନା ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଦେଖନ୍ତୁ ଭିଡ଼ିଓ:-


ମହିଳା ପୋଲିସ କର୍ମଚାରୀ ଜଣକ ତାଙ୍କୁ କାର ଭିତରେ ବସାଉଥିବା ବେଳେ ରଚନା 'ମୁଁ ଜଣେ ଡିଭିଜିନାଲ୍‌ ସ୍ତରର ଅଫିସର୍‌, ଜିଲ୍ଲା ସ୍ତରର ନୁହେଁ, ମୁଁ କମିସନରଙ୍କ ସହ କଥା ହେବି।' ବୋଲି କହୁଥିବା ଦେଖିବାକୁ ମିଳିଛି। ତେବେ, ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓଟି ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ପାଇଁ ଏହାକୁ ଶ୍ରମ ବିଭାଗକୁ ଦିଆଯାଇଛି।