ଅଜବ୍ ପ୍ରକାର ପ୍ରତିଶୋଧ! ଝଗଡ଼ା ହେବାରୁ ୩୦ ସାଙ୍ଗଙ୍କୁ ଦେଲେ ସ୍ତ୍ରୀର ଫୋନ୍‌ ନମ୍ବର, ଆଉ ତା’ପରେ...

 
Mobile number

ପତି-ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବା କିଛି ନୂଆ କଥା ନୁହେଁ। କିନ୍ତୁ, ଜଣେ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ନିଜ ସ୍ତ୍ରୀକୁ ଏପରି ହଇରାଣ କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ସ୍ୱାମୀର ନାମ ଆକାଶ ହୋଇଥିବା ବେଳେ ଏହା ଉତ୍ତର ପ୍ରଦେଶର କାନପୁର ଠାରେ ଘଟିଯାଇଛି। ଆକାଶ ନିଜ ସ୍ତ୍ରୀଙ୍କର ମୋବାଇଲ ନମ୍ବର ନିଜ ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଛି।

Mobile

ମିଳିଥିବା ସୂଚନା ଅନୁଯାଇ କାନପୁର ସ୍ଥିତ ଚକେରି ଅଞ୍ଚଳରେ ରହୁଥିବା ଆକାଶ ୨୦୧୯ ମସିହାରେ ଶ୍ୟାମ ନଗରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପ୍ରଥମେ ସବୁକିଛି ଠିକ ଚାଲିଥିଲେ ହେଁ ପ୍ରାୟ ଦୁଇବର୍ଷ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଆକାଶ କିଛି ରୋଜଗାର କ୍ଷମ କାମ କରୁନଥିବାରୁ ମନୋମାଳିନ୍ୟ ଲାଗି ରହିଥିଲା। ୨୦୨୧ରେ ଶାଶୂଘର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

Ashok

ତେବେ, ମହିଳା ଜଣକ ଚଳିତବର୍ଷ ଶାଶୂଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ହୋଇଥିବା ଏତଲା ଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଆକାଶ ନିଜ ସ୍ତ୍ରୀର ମୋବାଇଲ ନମ୍ବର ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିଲା। ଏହାପରେ ତାଙ୍କ ମୋବାଇଲକୁ ଲଗାତାର ଅଶ୍ଲୀଳ ମେସେଜ୍ ଏବଂ କଲ୍ ଆସୁଥିବା ପିଡ଼ିତା ଅଭିଯୋଗ କରିଥିଲେ। ପ୍ରଥମେ ପୋଲିସ ଏତଲା ଗ୍ରହଣ କରିନଥିଲେ ହେଁ ପରେ ଖୋଦ୍ କମିଶନର ଏହାର ତଦନ୍ତ ନିର୍ଦେଶ ଦେଇଥିବା ଜଣାଯାଇଛି।