ସ୍ତ୍ରୀ ଥାଇ ପର ମହିଳା ସହ ଅଶ୍ଳୀଳ ଚାଟିଂ କରୁଥିଲା ସ୍ୱାମୀ, ମୋବାଇଲ ଚାର୍ଜର କେବୁଲରେ ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ଜାଣନ୍ତୁ ପୂରା ଘଟଣା

 
Swami stree

ନିଜ ଆଖି ସାମ୍ନାରେ ସ୍ୱାମୀକୁ ଅନ୍ୟ ଜଣେ ମହିଳାଙ୍କୁ ଅଶ୍ଳୀଳ ଚାଟ୍ ଏବଂ ଭିଡିଓ କଲ କରୁଥିବା ଦେଖିବା ପରେ ସହି ପାରିନଥିଲା ସ୍ତ୍ରୀ। ପରେ ସ୍ୱାମୀକୁ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା କରିଥିଲେ। ରାଜସ୍ଥାନର ଫତେହପୁର ଶେଖୱାଟିରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।  କୋଟୱାଲି ପୋଲିସ ବହୁଚର୍ଚ୍ଚିତ ମକସୁଦଙ୍କ ହତ୍ୟାକାଣ୍ଡ ମାମଲାର ଖୁଲାସା କରି ତାଙ୍କ ପତ୍ନୀ ମେଦିନାକୁ ଗିରଫ କରିଛି।

Killed

ଡିଏସପି ରାଜେଶ ବିଦାର୍ଥୀଙ୍କ କହିବା ଅନୁଯାଇ ମକସୁଦଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମକସୁଦ ନିଜ ପତ୍ନୀ ସାମ୍ନାରେ ହିଁ ଉକ୍ତ ମହିଳାଙ୍କ ସହ ଅଶ୍ଳୀଳ ଚାଟ୍ କରିବାରେ ବ୍ୟସ୍ତ ରହୁଥିଲେ। ଏହି କାରଣରୁ ମେଦିନା ରାଗିଯାଇ ନିଜ ସ୍ୱାମୀକୁ ହତ୍ୟା କରିବାକୁ ଯୋଜନା କରିଥିଲା। ଜୁଲାଇ ୨ ତାରିଖରେ ଅଭିଯୁକ୍ତ ମହିଳା ସ୍ୱାମୀ ଏବଂ ଶାଶୂଙ୍କ ସହ ଗୋଡିଆରେ ଅନୁଷ୍ଠିତ ଏକ ବିବାହକୁ ଯାଇଥିଲେ। ଏହାର ଏକ ଘଣ୍ଟା ପରେ ସେମାନେ ଗାଁକୁ ଫେରି ଆସିଥିଲେ।

Accused

ସ୍ୱାମୀ ମକସୁଦ ପ୍ରାୟ ଦ୍ଵିପ୍ରହାର ୨ଟା ବେଳେ ଘରକୁ ଫେରି ଆସିଥିବା ବେଳେ ମେଦିନା ଦିନ ୩ଟା ବେଳେ ଘରକୁ ଫେରିଥିଲା। ସେତବେଳେ ସ୍ୱାମୀ ଶୋଇଥିବା ଦେଖି ମୋବାଇଲ ଚାର୍ଜର ସାହାଯ୍ୟରେ ସେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ନିଜ ଓଢଣୀ ସାହାଯ୍ୟରେ ସ୍ୱାମୀକୁ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ମଧ୍ୟ ଦେଇଥିଲା। ପରିବାର ଲୋକେ ଆତ୍ମହତ୍ୟା କରିଥିବା ବିଶ୍ୱାସ କରି ଶବ ସତ୍କାର ମଧ୍ୟ କରି ସାରିଥିଲେ। କିନ୍ତୁ, ମେଦିନାଙ୍କ ଶାଶୂଙ୍କୁ ସନ୍ଦେହ ହୋଇଥିଲା। ବାରମ୍ବାର ଜେରା କରିବା ପରେ ସେ ନିଜ ଅପରାଧ ମାନି ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।