ଦେଖନ୍ତୁ ଭିଡ଼ିଓ: ଛାତ୍ରୀଙ୍କୁ ଅଇଁଠା ବାସନ ମାଜିବାକୁ ବାଧ୍ୟ କରିଲେ, ଏପରି ନ କରିବାରୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ….

 
Teacher

ଅଇଁଠା ବାସନ ନ ମାଜିବାରୁ ନିର୍ଯାତନା ଦେଲେ ଶିକ୍ଷୟିତ୍ରୀ। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଏକ ସ୍କୁଲରେ ଘଟିଛି ଏଭଳି ଏକ ଘଟଣା। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଭିନ୍ନ ମହଲରୁ ଶିକ୍ଷୟିତ୍ରୀଙ୍କର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରାଯାଉଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।


ମିଳିଥିବା ସୂଚନା ଅନୁଯାଇ ଗୁରୁରାମ ରାୟ ଇଣ୍ଟର କଲେଜରେ ଲାଗିଥିବା ଏନଏସଏସ ଶିବିର ସମୟରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କୁ ଅଇଁଠା ବାସନ ମାଜିବା ପାଇଁ କହିଥିଲେ। ଛାତ୍ରୀ ଜଣକ ଏଥିରେ ରାଜି ନ ହେବାରୁ ସେ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ।

ଏତିକିରେ ତାଙ୍କ ମନ ଶାନ୍ତ ହୋଇନଥିଲା ବରଂ ପରେ ସେ ତାଙ୍କ ବେକ ଚିପି ଦେଉଥିବା ମଧ୍ୟ ଦେଖାଯାଇଥିଲା। ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଶିକ୍ଷୟିତ୍ରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।