ସଇତାନ ସାଜିଲେ ପଡ଼ୋଶୀ: ଯୁବତୀଙ୍କୁ ଦୁଷ୍କର୍ମ ପରେ ଚିତ୍କାର କରିବାରୁ ବିଷ ଦେଇଦେଲେ, ଆଉ ତାପରେ...
Jan 9, 2023, 14:59 IST

ଅପହରଣ କରି ଦୁଷ୍କର୍ମ କରିଲା ଯୌନ ପିପାଶୁ ପଡ଼ୋଶୀ। ନୂଆବର୍ଷ ଆରମ୍ଭରୁ ତ୍ତରପ୍ରଦେଶର ଜେହାନାବାଦ ଥାନା ଅଞ୍ଚଳରେ ଏଭଳି ଏକ ବର୍ବର କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଦୁର୍ବୁତ୍ତ ଜଣକ ୧୮ ବର୍ଷୀୟା ଏହି ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ଦେଇଥିବା ସୂଚନା ମିଳିଛି।
ଖବର ମୁତାବକ ନୂଆବର୍ଷ ସକାଳୁ ଯୁବତୀ ଜଣକ ଘରେ ଏକା ଥିବାବେଳେ ତାଙ୍କ ପଡୋଶୀ ତାଙ୍କୁ ବଳପୂର୍ବକ ଉଠାଇ ଆଣିଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର ମଧ୍ୟ କରିଥିଲେ ତେବେ ଏହି ସମୟରେ ଚିତ୍କାର କରିବାରୁ ଯୁବକ ଜଣକ ମାଡ଼ ମାରିବା ସହିତ ତାଙ୍କୁ ବିଷ ପିଆଇ ଦେଇଥିଲେ।
ଝିଅକୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ଘର ଲୋକ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତ ଏବଂ ତାଙ୍କ ପରିବାର ଲୋକେ ଫେରାର ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।