ସ୍ୱାମୀ ସହ ହନିମୁନ୍‌ରେ ଯାଇଥିଲେ ମନେ ପଡ଼ିଗଲେ ବୟଫ୍ରେଣ୍ଡ୍‌ କଥା, ଚା’ରେ ନିଶା ଦେଇ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ଫେରାର, ଆଉ ତାପରେ...

 
Eloped

ବିବାହର ବନ୍ଧନ ସାତ ଜନ୍ମ ପାଇଁ ହୋଇଥିବା ଲୋକେ ବିଶ୍ୱାସ କରନ୍ତି। କିନ୍ତୁ, ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏହାର ପରିଭାଷା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଲୋକେ ବିବାହ କରି ସାରିଥିଲେ ହେଁ ପରକୀୟା ପ୍ରୀତିରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ଏପରିକି, ଆଜିର ଯୁବପିଢ଼ି ବିବାହ କଂସେପ୍ଟ ଉପରେ ମଧ୍ୟ ବିଶ୍ୱାସ କରୁନାହାଁନ୍ତି।

Honeymoon

ବିବାହ ପରେ ନବବିବାହିତ ଦମ୍ପତ୍ତି ହନିମୁନ୍ ପାଇଁ ଯାଇଥିବା ବେଳେ ମହିଳା ଜଣକ ସ୍ୱାମୀର ଚାରେ ନିଶା ଔଷଧ ମିଶାଇ ପ୍ରେମିକ ସହିତ ଫେରାର ହୋଇଯାଇଛି। କୌଣସି ସିନେମାର ସଂଳାପ ପରି ଲାଗୁଥିଲେ ହେଁ ଉତ୍ତରପ୍ରଦେଶର ଆଲିଗଡ଼ରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାଇ ସିଭିଲ୍‌ ଲାଇନ୍‌ ଥାନା ଅନ୍ତର୍ଗତ ଆଲିଗଡ଼ର ଗୁରୁଦ୍ୱାର ରୋଡ୍‌ ଅଞ୍ଚଳରେ ରହୁଥିବା ସତ୍ୟମଙ୍କର ଆଗ୍ରା କାଣ୍ଟ ଅଞ୍ଚଳର ଦୀପାସିଙ୍କ ସହିତ ବିବାହ ହୋଇଥିଲା।

Eloped

 ଉଭୟେ ଏହି ବିବାହରେ ବେସ୍ ଖୁସି ଥିଲେ ଏବଂ ସେମାନେ ଗତବର୍ଷ ଡିସେମ୍ବର ୮ ତାରିଖରେ ହନିମୁନ୍ ପାଇଁ ଉତ୍ତରାଖଣ୍ଡ ଯାଇଥିଲେ। ସେଠାରୁ ସେମାନେ ଋଷିକେଶ ଯାଇଥିଲେ ଓ ଡିସେମ୍ବର ୯ରେ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ୍‌ ରୁମ୍‌ ବୁକ୍‌ କରି ରହିଥିଲେ। ତେବେ, ଦୀପାସି ସତ୍ୟମଙ୍କୁ ଚା ଦେଇଥିଲେ ଯାହାକୁ ପିଇ ସେ ଶୋଇପଡ଼ିଥିଲେ। ରାତି ପ୍ରାୟ ୨ଟାରେ ନିଦ ଭାଙ୍ଗିବାରୁ ସ୍ତ୍ରୀ ନଥିବା ସେ ଜାଣିବାକୁ ପାଇଥିଲେ। ଏଥିନେଇ ସେ ଦୀପାସିଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ ହେଁ ଦୀପାସି ଅଂଶୁ ଯାଦବ ନାମକ ଏକ ଗ୍ୟାଙ୍ଗଷ୍ଟାର ସହିତ ଫେରାର ହୋଇଯାଇଥିବା ଜଣାପଡିଥିଲା। ଗୋଟିଏ ପଟେ ସତ୍ୟମ ଏଥିନେଇ କୋର୍ଟର ଦ୍ୱାରସ୍ତ ହୋଇଥିବା ବେଳେ ଯୌତୁକ ପାଇଁ ସତ୍ୟମ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଦୀପାସି ପାଲଟା ଅଭିଯୋଗ କରିଛନ୍ତି।