ଦେଖନ୍ତୁ ଭିଡ଼ିଓ: ବାଇକରେ ବସି ଯିବାକୁ ମନା କରିବାରୁ ଯୁବତୀଙ୍କୁ ନିର୍ଧୁମ ପିଟିଲେ ଯୁବକ, ଭିଡ଼ିଓ ଭାଇରାଲ….

ବିଚ୍ ରାସ୍ତାରେ ଯୁବତୀଙ୍କୁ ପିଟିଲେ ଯୁବକ। ବାଇକରେ ବସି ଯିବାକୁ ରାଜି ନ ହେବାରୁ ସେ ଯୁବତୀଙ୍କୁ ହେଲମେଟରେ ନିର୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି। ହରିୟାଣାରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଏକ ସିସିଟିଭି ଫୁଟେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଯୁବତୀ ଜଣକ ଅଟୋ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। କିଛି ସମୟ ମଧ୍ୟରେ ସେଠାରେ ଜଣେ ଯୁବକ ବାଇକ ଧରି ପାହଞ୍ଚୁଛନ୍ତି। ଯୁବତୀ ବାଇକରେ ବସିବାକୁ ରାଜି ନ ହେବାରୁ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଜଣକ ତାଙ୍କୁ ହେଲମେଟ ଦ୍ୱାରା ମାଡ଼ ମାରିଥିଲେ।
#WATCH | Haryana: CCTV footage of a man named Kamal hitting a woman with his helmet after she refused to ride on his bike. pic.twitter.com/Az3MWRKKWo
— ANI (@ANI) January 6, 2023
ପ୍ରତିରକ୍ଷା କରିବାକୁ ଯାଇ ଯୁବତୀ ମଧ୍ୟ ନିଜ ପର୍ସ ସାହାଯ୍ୟରେ ମାଡ଼ ମାରିଥିଲେ। ତେବେ, ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଯୁବକ ଦୁଇଜଣଙ୍କୁ ଅଟକାଇଥିଲେ। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।