ବାହାଘର ଭୋଜିରେ ମିଳିଲାନି ପାମ୍ପଡ ବୋଲି ଲାଗିଲା ତୁମୁଳକାଣ୍ଡ! ମାରପିଟ୍ କରି କରିଲେ ୧.୫ ଲକ୍ଷ ଟଙ୍କାର କ୍ଷେୟକ୍ଷତି, ଦେଖନ୍ତୁ ଭିଡ଼ିଓ

 
Fight

ବିବାହ ହେବା ସମୟରେ କିମ୍ବା ବରଯାତ୍ରୀ ଯିବା ବେଳେ ଗଣ୍ଡଗୋଳ ହେବା କଥା ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ, ସାମାନ୍ୟ ପାମ୍ପଡ଼ ଖାଇବାକୁ ନେଇ ଝଗଡ଼ା ହେବା ଏବଂ ମାରପିଟରେ ଲୋକେ ଆହତ ହେବା ଘଟଣା ବୋଧେ ଆପଣ ପ୍ରଥମ ଥର ପାଇଁ ଶୁଣୁଥିବେ। ଆଜ୍ଞା ହଁ, କେରଳ ଠାରେ ଏଭଳି ହିଁ ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି।

Fight

ମିଳିଥିବା ସୂଚନା ଅନୁଯାଇ କେରଳର ଅଲାପ୍ପୁଝା ଜିଲ୍ଲାରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜିରେ ସାଧ୍ୟ ନାମକ ଖାଦ୍ୟ ପରଷା ଯାଇଥିଲା। ଏହି ଖାଦ୍ୟରେ ପାମ୍ପଡ଼ର ଭୂମିକା ରହିଛି। ଯେତେବେଳେ ବରଙ୍କ ଜଣେ ବନ୍ଧୁ ଆଉ ଏକ ପାମ୍ପଡ଼ ଖାଇବାକୁ ମାଗିଥିଲେ ସେତେବେଳେ ପରଷୁଥିବା ବ୍ୟକ୍ତି ପାମ୍ପଡ଼ ଦେବାକୁ ମନା କରିଦେଇଥିଲେ। ପମ୍ପଡ଼ ଦେବାକୁ କାହିଁକି ମନା କରିଲ ବୋଲି ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।ଯୁକ୍ତିତର୍କ ଏଭଳି ରୂପ ନେଇଥିଲା ଯେ ଉଭୟ ପକ୍ଷର ମାରପିଟ୍ ଆରମ୍ଭ ହୋଇଯାଇଥିଲା। ଏପରିକି ଏହାରି ଭିତରେ ବିବାହ ମଣ୍ଡପଟି ରଣକ୍ଷେତ୍ର ପାଲଟି ଯାଇଥିଲା ଏବଂ ସେଠାରେ ୧.୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାଯାଇଛି। ଏପରିକି ୩ ଜଣ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ପୋଲିସ ଏହି ମାମଲାରେ ୧୫ ଜଣଙ୍କୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଛି। ସୋସିଆଲ ମିଡିଆରେ ଭିଡ଼ିଓଟି ଖୁବ୍ ଭାଇରାଲ ହେଉଛି।