ସ୍କର୍ଟ, ବ୍ଲାଉଜ୍‌ ପିନ୍ଧି ଖସିବାକୁ ଉଦ୍ୟମ କରୁଥିଲା କୁଖ୍ୟାତ ଅପରାଧୀ, ଏମିତି ସବୁ ଉଦ୍ୟମ ପଣ୍ଡ କରିଦେଲା ପୋଲିସ୍, ଜାଣନ୍ତୁ ପୂରା ଘଟଣା

 
Chora

ମହିଳା ବେଶରେ ଜେଲରୁ ଛୁ ମାରିଲା ଦୁର୍ଦାନ୍ତ ଡ୍ରଗ୍ ମାଫିଆ। ସ୍କର୍ଟ, ବ୍ଲାଉଜ ସହିତ ଏଭଳି ଗେଟଅପରେ ବାହାରିଲା ଯେ ଜେଲ କର୍ମଚାରୀ ବିଶ୍ୱାସ ମଧ୍ୟ କରି ପାରିଲେ ନାହିଁ। କିନ୍ତୁ, ଦୁର୍ଭାଗ୍ୟକୁ ଜେଲ୍ ଠାରୁ ମାତ୍ର କିଛି ଦୂରରୁ ସେ ପୁଣିଥରେ ଧରାପଡିଗଲା। ପାରାଗୁଏ ଦେଶରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Sizer

ପାରାଗୁଏର ରାଜଧାନୀ ଆସୁନିଅନରେ ଥିବା ଏକ ଜେଲରେ ସିଜର୍‌ ଅର୍ଟିଜ୍ ନାମକ ଏକ ଦୁର୍ଦାନ୍ତ ଅପରାଧିକୁ ରଖା ଯାଇଥିଲା। Gordito Lindo କିମ୍ବା Cute Chubby ନାମରେ ପ୍ରସିଦ୍ଧ ଏହି କୁଖ୍ୟାତ ଡ୍ରଗ ଡିଲର ଲାଟିନ୍‌ ଆମରିକା ଡ୍ରଗ୍‌ ଡିଲଂ ଗ୍ୟାଙ୍ଗର ଦ୍ୱିତୀୟ କୁଖ୍ୟାତ ଅପରାଧୀ ବୋଲି କୁହାଯାଏ। ତେବେ, ଘଟଣା ଦିନ ଜଣେ ମହିଳା ସିଜର୍ କୁ ଦେଖା କରିବା ପାଇଁ ଏକ ବ୍ୟତିଗତ କୋଠରୀକୁ ଯାଇଥିଲେ। ମହିଳା ଜଣକ ଭିତରକୁ ଯାଇଥିବା ବେଳେ ଫେରିଲା ବେଳକୁ କିନ୍ତୁ ମହିଳା ବେଶରେ ସିଜର୍ ବାହାରକୁ ଆସିଥିଲେ।

Drug dealer

ଅଲିଭ୍ ରଙ୍ଗର ବ୍ଲାଉଜ୍ ଏବଂ ନୀଳ ସ୍କର୍ଟ ପିନ୍ଧିବା ସହିତ ନଖରେ ଧଳା ନେଲପଲିସ୍, ନକଲି ଆଖିପତା, ମୁହଁରେ ମେକଅପ୍ ଲଗାଇ ଏକ ୱିଗ୍ ପିନ୍ଧି ବାହାରକୁ ଆସିଥିବା ସିଜରର ବେଶଭୂଷା ଦେଖି ତା ଉପରେ କେହି ସନ୍ଦେହ କରିନଥିଲେ। ଏପରିକି ଜେଲର ସମସ୍ତ ଗେଟ୍ ଡେଇଁ ସିଜର୍ ବାହାରକୁ ଆସିବାରେ ମଧ୍ୟ ସଫଳ ହୋଇଥିଲା। କିନ୍ତୁ, ତା ଦୁର୍ଭାଗ୍ୟକୁ ମାତ୍ର କିଛି ବାଟ ଯିବା ପରେ ହିଁ ପୋଲିସ ପୁଣିଥରେ ତାକୁ ଧରି ନେଇଥିଲା। ସିଜରକୁ ଅନ୍ୟ ଏକ ଜେଲକୁ ପଠାଇ ଦିଆଯାଇଥିବା ବେଳେ ତାକୁ ଖସାଇବାରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି।

From around the web