ଦେଖନ୍ତୁ ଭିଡ଼ିଓ: ଟ୍ରଲି-ବ୍ୟାଗ୍ ଭିତରୁ ମିଳିଲା ଏମିତି ମିଳିଲା ଯୁବକଙ୍କ ମୃତଦେହ, ସ୍ତ୍ରୀ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଲା ପୋଲିସ

 
Swami stree

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଏକ ନୂଆ ଟ୍ରଲି ବ୍ୟାଗ୍ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚଞ୍ଚଲ୍ୟ ଖେଳି ଯାଇଥିବା ବେଳେ ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନଥିଲା। ତେବେ, ଏହି ଘଟଣାରେ ସଂପୃକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ମୃତଦେହଟି ନୟାଗଡ଼ ଜିଲ୍ଲା ରଣପୁର ଥାନା ଲାଖପଡ଼ାର ମନୋରଞ୍ଜନ ମହାପାତ୍ରଙ୍କର ବୋଲି ଜଣାପଡିଛି। ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ମୃତଦେହଟିକୁ ଚିହ୍ନଟ କରିଛନ୍ତି।

Trolley

ତେବେ, ମନୋରଞ୍ଜନ ଗାଡି ଚଳାଇବା ସହିତ ଏକ କମ୍ପାନୀରେ ଚାକିରୀ କରୁଥିବା ତାଙ୍କ ପତ୍ନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି ମୃତଦେହଟିକୁ ଉଦ୍ଧାର କରିବା ସମୟରେ ମନୋରଞ୍ଜନଙ୍କ ମୁଣ୍ଡରେ କ୍ଷତ ଥିବା ଏବଂ ସେଥିରେ ବ୍ୟାଣ୍ଡେଜ୍ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏହା ସ୍ପଷ୍ଟ ଭାବରେ ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ମନୋରଞ୍ଜନଙ୍କ ପତ୍ନୀ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି। ତେବେ, ମନୋରଞ୍ଜନ ସୋସିଆଲ ମିଡିଆରେ କିଛି ଲେଖାଲେଖି କରନ୍ତି ଯେଉଁଥିପାଇଁ ତାଙ୍କର ଅନେକ ଶତ୍ରୁ ରହିଥିବା ତାଙ୍କ ସ୍ତ୍ରୀ ମିଡିଆ ଆଗରେ କହିଛନ୍ତି।

ସେହିପରି ମନୋରଞ୍ଜନ ଗତ ୧୫ ଦିନ ହେବ ନିଜ ପତ୍ନୀଙ୍କ ସହିତ ତାଙ୍କ ଭଉଣୀ ଘରେ ରହୁଥିବା ଜଣାପଡିଛି। ଘଟଣା ଦିନ ରାତିରେ ସେ ନିଜ ସ୍ତ୍ରୀଙ୍କୁ ଟଙ୍କା ଏବଂ ଗାଡ଼ି ଚାବି ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହି କଳହ ପରେ ମନୋରଞ୍ଜନ ଘର ଛାଡ଼ି ଚାଲିଯାଇଥିବା ତାଙ୍କ ପତ୍ନୀ କରିଥିଲେ। ଆଜି ପୋଲିସ ତାଙ୍କୁ ପଚରାଉଚରା କରିବା ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ, ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।