ପୁତ୍ର ସନ୍ତାନ ଦେଇ ନପାରିବାରୁ ବୋହୂର ୫ ଥର କଲେ ଆବର୍ସନ, ମା'ର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲା ଝିଅ, ଜାଣନ୍ତୁ ପୂରା ଘଟଣା

 
Murder case

ପୁତ୍ର ସନ୍ତାନ ପାଇବା ଆଶାରେ ବୋଧେ ଅନ୍ଧ ହୋଇଯାଇଥିଲେ ମନୋଜ ବଂଶଲ। ଥରେ ନୁହେଁ କି ଦୁଇଥର ନୁହେଁ ବରଂ ପୁତ୍ର ସନ୍ତାନ ପାଇବା ଆଶାରେ ନିଜ ସ୍ତ୍ରୀଙ୍କର ୫ ଥର ଗର୍ଭପାତ କରାଇଥିଲେ। ଏତିକିରେ ମନ ମାନିଲାନି ଯେ ସ୍ତ୍ରୀ ଅନୁଙ୍କୁ ମନୋଜ ଏବଂ ଶାଶୂଘର ଲୋକେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଠାରେ ଏହିପରି ଏକ ଲୋମହର୍ଷକାରୀ ଘଟଣା ଘଟିଥିବା ଜଣାପଡିଛି।

Sisters

ସବୁଠାରୁ ବଡ଼ କଥା ହେଉଛି ଅନୁଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଲତିକା ନିଜ ବାପା ଓ ପରିବାର ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାଇ ମନୋଜ ଏବଂ ଅନୁଙ୍କର ଲତିକା ଏବଂ ତନୟା ନାମକ ପୂର୍ବରୁ ଦୁଇଟି ଝିଅ ରହିଛନ୍ତି। ତେବେ ପୁତ୍ର ସନ୍ତାନ ପାଇବା ଆଶାରେ ମନୋଜ ବାରମ୍ବାର ଅନୁଙ୍କୁ ବାଧ୍ୟ କରୁଥିଲେ। ଏଥିପାଇଁ ସେ ବାରମ୍ବାର ତାଙ୍କର ଗର୍ଭପାତ କରାଉଥିଲେ।

Letter

ଗତ ଜୁନ ୨୦ ତାରିଖରେ ଏଥିନେଇ ଝଗଡ଼ା ହେବାପରେ ଅନୁଙ୍କୁ ମାଡ଼ ମାରିବା ସହିତ ଜୀଅନ୍ତା ଜାଳି ଦିଆଯାଇଥିଲା। ଶରୀରର ୯୫% ଜଳିଯାଇଥିବା ବେଳେ ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ନିଜ ଆଈଙ୍କ ଘରକୁ ଯାଇଥିବା ଲତିକା ଏବଂ ତନୟା ନିଜ ପିତା ମନୋଜ ଏବଂ ଅନ୍ୟ ୭ ଜଣଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। କେବଳ ଏତିକି ନୁହେଁ ସେମାନେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖି ପଠାଇଥିବା ଜଣାପଡିଛି।