କଲେଜରେ ଛାତ୍ର ଓ ଛାତ୍ରୀଙ୍କ ଚାଲିଥିଲା ଜୋରଦାର କିସ୍, ଅନ୍ୟମାନେ ଭିଡ଼ିଓ କରିଦେଲେ ଭାଇରାଲ୍, ଆଉ ତାପରେ...

 
Kissing competation

କଲେଜ ୟୁନିଫର୍ମରେ ଥିବା ଅବସ୍ଥାରେ ଯୁବକ ଯୁବତୀଙ୍କ ମଧ୍ୟରେ ଚାଲିଥିଲା କିସ୍ ସିନ୍। କେବଳ ସେତିକି ନୁହେଁ କିସ୍ ସିନ୍ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥିବା ସେମାନଙ୍କ ସାଙ୍ଗମାନେ ଏହାର ଭିଡ଼ିଓ ମଧ୍ୟ ରେକର୍ଡ଼ କରିଥିଲେ। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି କର୍ଣ୍ଣାଟକରେ ଘଟିଥିବା ଜାଣିବାକୁ ମିଳିଛି।

College

ମିଳିଥିବା ସୂଚନା ଅନୁଯାଇ ଭିଡ଼ିଓରେ ଦୃଶ୍ୟମାନ ହେଉଥିବା ସମସ୍ତ ଛାତ୍ରଛାତ୍ରୀ କର୍ଣ୍ଣାଟକର ଏକ ସୁନାମଧନ୍ୟ କଲେଜର ଅଟନ୍ତି। ସେମାନେ ୬ ମାସ ପୂର୍ବେ ଏକ ପ୍ରାଇଭେଟ ଆପାର୍ଟମେଣ୍ଟରେ ଏକ କିସିଂ ପ୍ରତିଯୋଗିତା ଆୟୋଜନ କରିଥିଲେ। ଯାହାର ଭିଡ଼ିଓ ମଧ୍ୟ ରେକର୍ଡ଼ କରାଯାଇଥିଲା। ତେବେ, ଗତକିଛି ଦିନ ତଳେ ଜଣେ ଯୁବକ ସେହି ଭିଡ଼ିଓଟିକୁ ଏକ ହ୍ଵାଟ୍ସଆପ ଗ୍ରୁପରେ ସେୟାର କରିବା ପରେ ଏହା ଭାଇରାଲ ହୋଇଯାଇଥିଲା।

Kiss

ତେବେ, ଘଟଣା ବିଷୟରେ ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷ ସମସ୍ତଙ୍କୁ ନିଲମ୍ବିତ କରିବାକୁ ତାଗିଦ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଉଠାଇ ନଥିଲେ। ଏପରିକି ସେମାନଙ୍କର ଅଭିଭାବକ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି। ଅନ୍ୟପକ୍ଷରେ ଭିଡ଼ିଓଟିକୁ ଉତ୍ତୋଳନ କରିଥିବା ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି କିସିଂ ପ୍ରତିଯୋଗିତାରେ ଡ୍ରଗ୍ସ ବ୍ୟବହାର ହୋଇଥିଲା କି ନାହିଁ ସେଥିନେଇ ପୋଲିସ ତଦନ୍ତ ଜାରି ରଖିଛି।