ଠକିଦେଲା ପ୍ରେମିକା! ବିବାହର ତିନି ଦିନ ପୂର୍ବରୁ ପ୍ରେମିକକୁ ଫୁସୁଲାଇ ସୁନା ଗହଣା ନେଇ ଫେରାର ହୋଇଗଲେ ଯୁବତୀ, ଜାଣନ୍ତୁ ପୂରା ଘଟଣା

 
Premika

ପ୍ରଥମେ ବନ୍ଧୁତା, ତା ପରେ ପ୍ରେମ ଏପରିକି ଉଭୟ ପରିବାରର ସହମତିରେ ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଥିଲା। ଏମିତିକି କାର୍ଡ଼ ଛପାଯାଇ ବନ୍ଧୁବାନ୍ଧବଙ୍କୁ ବଣ୍ଟା ସାରିଥିଲା। କିନ୍ତୁ, ଏତିକି ଭିତରେ ଅସଲ ରୂପ ଦେଖାଇଲେ ଯୁବତୀ। ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ସୁନା ଅଳଙ୍କାର ସହିତ ଲୁଟିନେଲେ ଲକ୍ଷାଧିକ ଟଙ୍କା।

Loot

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳ ରାଳବ ଗାଁର ଶିଶିର କୁମାର ଷଡଙ୍ଗୀ ଓ ତାଙ୍କ ପରିବାର ଏଭଳି ଏକ ଠକାମିର ଶିକାର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାଇ ଶିଶିର ଯେଉଁଠାରେ ଘର ଭଡା ନେଇ ରହୁଥିଲେ। ସେହିଠାରେ ଉକ୍ତ ଯୁବତୀ ଏବଂ ତାଙ୍କ ପରିବାର ୪ ମାସ ତଳେ ରହିବାକୁ ଆସିଥିଲେ। ସେହିଠାରୁ ହିଁ ଶିଶିରଙ୍କର ଉକ୍ତ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

Police

ପ୍ରେମ ସମ୍ପର୍କ ବଢ଼ିବା ପରେ ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହୋଇଯାଇଥିଲେ। ଗତ ୨୮ ତାରିଖରେ ବିବାହ ହେବାକୁ ଯାଉଥିବା ବେଳେ ୨୫ ତାରିଖ ରାତିରେ ନିର୍ବନ୍ଧ ସୁନା ଦେଲେ ମୁକୁନ୍ଦପୁର ଗାଁକୁ ନିମନ୍ତ୍ରଣ କରିବାକୁ ଯିବୁ କହି ଯୁବତୀ ଜଣକ ଶିଶିରଙ୍କୁ ଫୁସୁଲାଇଥିଲେ। ଶିଶିର ସୁନା ଗହଣା ସହିତ ୧ ଲକ୍ଷ ଟଙ୍କା ଦେବାପରେ ଯୁବତୀ ଓ ତାଙ୍କ ପରିବାର ରାତି ରାତି କେଉଁଆଡ଼େ ଫେରାର ହୋଇ ଯାଇଥିଲେ। ଏଥିନେଇ ପୀଡିତ ବ୍ରହ୍ମପୁର ଏସ୍ପିଙ୍କ ପାଖରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।