ସୈତାନ ପ୍ରେମିକର ବର୍ବର କାଣ୍ଡ! ବିବାହ କରିବାକୁ ଜିଦ୍ କରିବାରୁ ପ୍ରେମିକାର କରିଲା ୩୫ ଖଣ୍ଡ, ଜାଣନ୍ତୁ ପୂରା ଖବର

 
Sradhha

ପ୍ରେମିକ ସାଜିଲା ସୈତାନ। ଯେଉଁ ମଣିଷଟିକୁ ପାଇବା ପାଇଁ ଯୁବତୀ ଜଣକ ଘର ପରିବାର ସହିତ ଲଢ଼ି ଯାଇଥିଲେ ସେହି ପ୍ରେମିକ ହିଁ ନେଇଗଲା ଜୀବନ। କେବଳ ଯେ ହତ୍ୟା କରିଲା ତାହା ନୁହେଁ ପ୍ରେମିକା ଶରୀରକୁ ୩୫ ଖଣ୍ଡ କରି ଫିଙ୍ଗି ଦେଇଥିବା ଜଣାପଡିଛି। ଦିଲ୍ଲୀର ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି।

Sradhha

ମିଳିଥିବା ସୂଚନା ଅନୁଯାଇ ପୀଡିତା ଶ୍ରଦ୍ଧା ମୁମ୍ବାଇ ସ୍ଥିତ ଏକ ମଲ୍ଟି ନ୍ୟାସନାଲ୍‌ କମ୍ପାନୀରେ କଲ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ସେହିଠାରେ ହିଁ ତାଙ୍କର ଅଫତାବ ଅମିନ ପୁନାଓ୍ୱାଲା ନାମକ ଯୁବକଙ୍କ ସହିତ ଦେଖା ହୋଇଥିଲା ଯାହାକି ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଯାଇଥିଲା। କିନ୍ତୁ, ବିବାହ ପାଇଁ ପରିବାର ଲୋକେ ଅରାଜି ହେବାରୁ ସେମାନେ ଦିଲ୍ଲୀ ଆସି ମେହରଉଲିରେ ଏକ ଫ୍ଲାଟ୍‌ରେ ଲିଭ୍ ଇନ୍‌ରେ ରହୁଥିଲେ।

Accused

କିନ୍ତୁ, କିଛିଦିନ ଧରି ଝିଅ ଫୋନ ନ ଉଠାଇବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ। ଶ୍ରଦ୍ଧାଙ୍କ ବାପା ବିକାଶ ମଦନ ଦିଲ୍ଲୀ ଆସି ପୋଲିସରେ ଅଭିଯୋଗ କରିଥିଲେ। ତେବେ, ଅପହରଣ ମାମଲା ରୁଜୁ କରି ପୋଲିସ ଅଫତାବକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଅଫତାବ ଶ୍ରଦ୍ଧାକୁ ହତ୍ୟା କରି ତାଙ୍କ ଶରୀରକୁ ୩୫ ଖଣ୍ଡ କରି କଟିଥିବା ସ୍ୱୀକାର କରିଥିଲା। ଏହାକୁ ଫ୍ରିଜରେ ରଖି ୧୮ ଦିନ ଧରି ବିଳମ୍ବିତ ରାତିରେ ମେହରଉଲି ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ସେ ସ୍ୱୀକାର କରିଛି।