ଦେଖନ୍ତୁ ଭିଡ଼ିଓ: ଏଟିଏମ୍ ଲୂଟ କରିବାର ନୂଆ ଟେକନିକ୍! ବୁଲଡୋଜର୍ ଲଗାଇ ତାଡ଼ିନେଲେ ପୁରା ଏଟିଏମ୍ ମେସିନ୍

 
JCB

ରାଜ୍ୟ ଏବଂ ଦେଶରେ ଏଟିଏମ୍ ଲୂଟ୍ ହେବା କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ଦୁର୍ବୁତ୍ତମାନେ କଟର୍ ମେସିନ୍ ଏବଂ ଲୁହା ରଡ୍ ସାହାଯ୍ୟରେ ଏଟିଏମ୍ ତାଡ଼ି ଟଙ୍କା ଚୋରି କରୁଥିବା ଶୁଣିବାକୁ ମିଳିଥାଏ। କିନ୍ତୁ, ସମୟ ସହିତ ଚୋରମାନଙ୍କର ତରିକା ମଧ୍ୟ ବଦଳି ଗଲାଣି। ଏବେ ଜେସିବି ମେସିନ ଲଗାଇ ପୁରା ଏଟିଏମ୍ କୁ ତାଡ଼ି ନେଉଛନ୍ତି ଏହି ପ୍ରଫେସନାଲ ଚୋର ଦଳ।

Loot

ମହାରାଷ୍ଟ୍ର ମିରଜ ଅଞ୍ଚଳରେ ଏଭଳି ଉପାୟରେ ଏଟିଏମ୍ ମେସିନ୍ ଲୂଟ ହୋଇଥିବା ବେଳେ ଚୋରମାନେ ଏହି ଡକାୟତିକୁ ଏତେ ନିଖୁଣତାର ସହିତ କରିଛନ୍ତି ଯେ ପୋଲିସ ସେମାନଙ୍କର କୌଣସି ଟେର୍ ପାଉନାହିଁ। ପ୍ରକୃତରେ ଏହି ଚୋରିରେ ବ୍ୟବହାର ହୋଇଥିବା ବୁଲଡୋଜରଟିକୁ ମଧ୍ୟ ଚୋରି କରାଯାଇଥିଲା। ତେବେ, ଏଠାରୁ ଚୋରମାନେ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଦେଖନ୍ତୁ ଭିଡ଼ିଓ:-