ମୃତ୍ୟୁ ପୂର୍ବରୁ ଅଙ୍କିତାଙ୍କ ଯନ୍ତ୍ରଣାଦାୟକ ବୟାନ, ହସ୍ପିଟାଲ ବେଡ୍ ରେ ମୃତ୍ୟୁ ପୂର୍ବରୁ କହିଥିଲେ- ତାକୁ...

 
Ankita

ଏକ ତରଫା ପ୍ରେମ ଏବଂ ପ୍ରତିଶୋଧର ମନୋଭାବ କେତେ ଯେ ଭୟଙ୍କର ହୋଇପାରେ ତାହା ଦୁମକା ପୀଡିତା ଅଙ୍କିତା ସିଂ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି। ପ୍ରେମ ନିବେଦନ କରି ବିଫଳ ହେବାପରେ ଶାହରୁଖ୍ ନାମକ ଜଣେ ବଦମାସ୍ ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀର୍ଘ ୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହିତ ଲଢ଼ିବା ପରେ ଅଙ୍କିତା ପ୍ରାଣ ହରାଇଛନ୍ତି।

Ankita

ତେବେ, ମୃତ୍ୟୁ ପୂର୍ବରୁ ଅଙ୍କିତାଙ୍କର ବୟାନ ରେକର୍ଡ଼ କରିଛି ପୋଲିସ। ନିଜ ବୟାନରେ ଅଙ୍କିତା ପୁରା ଘଟଣା ବିଷୟରେ ଜଣାଇବା ସହିତ ସେ ଯେଉଁଭଳି ମରିବାକୁ ଯାଉଛନ୍ତି ଅଭିଯୁକ୍ତକୁ ମଧ୍ୟ ସେହିଭଳି ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ଅଙ୍କିତାଙ୍କ ବୟାନ ମୁତାବକ ଶାହରୁଖ ସେ ରହୁଥିବା ଇଲାକାର ଜଣେ ଜଣାଶୁଣା ବଦମାସ୍ ଥିଲା। ସେ ପ୍ରାୟତଃ ଝିଅ ମାନଙ୍କୁ ହଇରାଣ କରି ଆସୁଥିଲା। ଘଟଣାର ୨୦-୨୫ ଦିନ ପୂର୍ବରୁ ଶାହରୁଖ ତାଙ୍କୁ ବନ୍ଧୁତା କରିବା ପାଇଁ ନିବେଦନ କରିଥିଲା।

Ankita dead

 ଅଙ୍କିତା ଏହାକୁ ପ୍ରତ୍ୟାଖାନ କରିବା ପରେ ଶାହରୁଖ ତାଙ୍କ ମୋବାଇଲ ନମ୍ବର ଯୋଗାଡ଼ କରି ହଇରାଣ କରିବା ଆରମ୍ଭ କରିଥିଲା। କେବଳ ଏତିକି ନୁହେଁ ତା କଥାରେ ରାଜି ନ ହେଲେ ଅଙ୍କିତା ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ୨୨ ତାରିଖ ରାତିରେ ଅଙ୍କିତା ଏବଂ ତାଙ୍କ ବାପା ଏଥିନେଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ, ୨୩ ତାରିଖ ସକାଳ ୫ଟାରେ ଶାହରୁଖ ଓ ତାର ସାଥି ଛୋଟୁ ଅଙ୍କିତାଙ୍କ ରୁମ୍ ଝରକା ବାଟେ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଅଙ୍କିତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।