ଖୋଲୁଛି ସୁମନଙ୍କ ସାଙ୍ଘାତିକ ରୂପ! ସୁନ୍ଦର ଲୁକ୍ ଏବଂ ମିଠା କଥାରେ ଏମିତି ଫସୁଥିଲେ ସୁନ୍ଦରୀ ଯୁବତୀ, ଜାଣନ୍ତୁ ପୂରା ଖବର

 
Milan moharana

ରିଲ୍ ଲାଇଫରେ ହିରୋ କିନ୍ତୁ ରିଅଲ୍ ଲାଇଫରେ ସାଜୁଥିଲେ ଖଳନାୟକ। ନିଜର ସ୍ମାର୍ଟ ଲୁକ୍ ଏବଂ ମିଠା ମିଠା କଥାରେ ସୁନ୍ଦରୀ ଯୁବତୀ ମାନଙ୍କୁ ଫସାଉଥିଲେ। ବିବାହର ପ୍ରତିଶୃତି ଦେଇଶାରୀରିକ ସମ୍ପର୍କ ରଖିବା ସହିତ ଲକ୍ଷାଧିକ ଟଙ୍କା ଲୁଟୁଥିବା ନେଇ ଟିଭି ସିରିଏଲ ଅଭିନେତା ଏମ୍ ସୁମାନ କୁମାର ଓରଫ ମିଳନ ମହାରଣାଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦିନ ଗଡ଼ିବା ସହିତ ସୁମାନଙ୍କ କାରନାମା ବିଷୟରେ ଅନେକ କଥା ସାମ୍ନାକୁ ଆସୁଛି।

M suman kumar

 ଏହାରି ଭିତରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଅଭିଯୋଗକାରିଣୀ ଯୁବତୀ ଜଣକ ମଧ୍ୟ ଜଣେ ଅଭିନେତ୍ରୀ ବୋଲି ଜଣାପଡ଼ିଛି। ବିବାହ କରିବାର ପ୍ରତିଶୃତି ଦେଇ ସୁମାନ ତାଙ୍କ ସହିତ ଲିଭ-ଇନ୍ ରେ ରହୁଥିବା ଯୁବତୀ କହିଛନ୍ତି। ଭାଇରାଲ ହେଉଥିବା ଭିଡ଼ିଓରେ ଯୁବତୀଙ୍କ ଜନ୍ମଦିନ ପାଳନ ହେଉଥିବାର ଦୃଶ୍ୟ ରହିଛି। ଏଥିରେ ସୁମାନ ମଧ୍ୟ ଉପସ୍ଥିତ ଥିବା ଏବଂ ଉଭୟେ ଉଭୟଙ୍କୁ କେକ୍ ଖୁଆଉଥିବା ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ ଉଭୟେ କୋଣାର୍କ ଯାଇ କାଜୁଆଲ ଫୋଟୋ ସୁଟ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରି ପ୍ରେମର ନାଟକ କରିବା ସହିତ ମିଠା ମିଠା କଥା କହି ସୁମାନ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିବା ସହିତ ଅନେକ ମହଙ୍ଗା ଗିଫ୍ଟ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ, ଏତେ ଦିନର ପ୍ରେମ ସମ୍ପର୍କ ଭିତରେ ଯୁବତୀ ଜଣକ ସୁମାନଙ୍କ କାରନାମା ବିଷୟରେ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁମାନଙ୍କ ପ୍ରକୃତ ସତ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

From around the web