ଦିଲ୍ଲୀରେ ଛାତିଥରା ଘଟଣା, ଯୁବତୀଙ୍କୁ ମାରିବା ପାଇଁ ସ୍କୁଟି ସହ ୧୨ କିଲୋମିଟର ଘୋଷାଡ଼ି ନେଲା କାର୍, ଜାଣନ୍ତୁ ଘଟଣା ପଛର କାରଣ

 
Dragged

ବର୍ଷର ପ୍ରଥମଦିନରେ ହିଁ ରାଜଧାନୀ ଦିଲ୍ଲୀରେ ଘଟିଯାଇଛି ଏକ ବର୍ବର ଦୁର୍ଘଟଣା ଏବଂ ହତ୍ୟାକାଣ୍ଡ। ଏହି ଘଟଣାରେ କାର ତଳେ ଚାପି ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବକୁ ପ୍ରାୟ ୧୨ କିମି ପର୍ଯ୍ୟନ୍ତ ଟଣା ଯାଇଥିବା ଜଣାପଡ଼ିଛି। ନିଶାରେ ଗାଡ଼ି ଚଳାଇବା ହେତୁ ଏପରି ବିଭତ୍ସ ଘଟଣା ଘଟିଥିବା ଜଣାପଡ଼ିଛି।

Accident

ମିଳିଥିବା ସୂଚନା ଅନୁଯାଇ ଦିଲ୍ଲୀର କୃଷ୍ଣବିହାର ଅଞ୍ଚଳରେ ସଡକ ଦୁର୍ଘଟଣା ହେବାପରେ ନିଶାସକ୍ତ ଯୁବକମାନେ ଗାଡିକୁ ରୋକିବା ପରିବର୍ତ୍ତେ କାଂଝାୱଲା ଆଡକୁ ନେଇ ଯାଇଥିଲେ। କାର ସହିତ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଏବଂ ଯୁବତୀ ଜଣକ ମଧ୍ୟ ୧୨ କିମି ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲେ। ରାସ୍ତାରେ ଏପରି ଦୃଶ୍ୟ ଦେଖି କିଛି ଲୋକେ ପୋଲିସକୁ ଖବର ଦେବାପରେ ହିଁ ଏହି ଘଟଣା ସାମ୍ନାକୁ ଆସିଥିଲା।

Scooty

କୌଣସି ଏକ ସ୍ଥାନରେ ଯୁବତୀଙ୍କ ଶରୀର କାରଠାରୁ ଅଲଗା ହେବାପରେ ହିଁ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଯୁବତୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମୁଣ୍ଡ ଖପୁରୀ ଘଷି ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଅଭଯୁକ୍ତ ୫ ଯୁବକଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପୀଡିତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି।