ବୟସ ସୀମାକୁ ମଧ୍ୟ ମାନିଲେନି! ୭୦ ବର୍ଷ ବୟସ୍କା ବୃଦ୍ଧା ହେଲେ ଗଣଦୁଷ୍କର୍ମର ଶିକାର, ପୂରା ଘଟଣା ଆଶ୍ଚର୍ଯ୍ଯ କରିଦେବ

 
ବୟସ ସୀମାକୁ ମଧ୍ୟ ମାନିଲେନି! ୭୦ ବର୍ଷ ବୟସ୍କା ବୃଦ୍ଧା ହେଲେ ଗଣଦୁଷ୍କର୍ମର ଶିକାର, ପୂରା ଘଟଣା ଆଶ୍ଚର୍ଯ୍ଯ କରିଦେବ

ଉପର ଶୀର୍ଷକ ଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଘଟିଛି। ଘଟଣା ମୁତାବକ ସେଠାରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଚିକିତ୍ସାଳୟ ରେ ଥିବା ଦୁଇ ଦୁର୍ବୁତ୍ତ।

ଉକ୍ତ ପିଡ଼ିତା ବୃଦ୍ଧା ଗଁପଦା ଅଞ୍ଚଳର ହୋଇଥିବା ବେଳେ, ତାଙ୍କୁ ଡାକ୍ତରଖାନାରୁ ବାହାରକୁ ଡାକିନେଇ ୨ ଦୁର୍ବୁତ୍ତ ଗଣଦୁଷ୍କର୍ମ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଏପରିକି ବୃଦ୍ଧାଙ୍କ ପାଖରେ ତାଙ୍କ ନାତୁଣୀ ଦେଖା ଶୁଣା ପାଇଁ ଥିବାବେଳେ। ଦୁର୍ବୁତ୍ତ ମାନେ ବୃଦ୍ଧାଙ୍କୁ କୌଶଳ କ୍ରମେ ଚିକିତ୍ସାଳୟ ବାହାରକୁ ଡାକିଥିଲେ। ଏହାପରେ ଏହି ଦୁଇ ଦୁର୍ବୁତ୍ତ ତାଙ୍କୁ ପାଖରେ ଥିବା ଦକ୍ଷିଣକାଳୀ ବଧି ପୋଖରୀ ନିକଟରେ ଗଣଦୁଷ୍କର୍ମ କରିଥିଲେ। 

ଏଥିନେଇ ବୃଦ୍ଧା ଜଣକ ଏତଲା ଦେଇଥିବା ବେଳେ ଦୁର୍ବୁତ୍ତ ଦୁଇ ଜଣ ଉକ୍ତ ଡାକ୍ତରଖାନାର କର୍ମଚାରୀ ବୋଲି ଜଣାପଡିଛି। ତେବେ ବୃଦ୍ଧାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ସହ ସେମାନଙ୍କ ନାମରେ ଏକ ଏତଲା ଦାୟର କରିଛି।