ପରିଣତ ବୟସରେ ପ୍ରେମରେ ଉବୁଟୁବୁ ବୃଦ୍ଧ! ୪ ଛୁଆର ମା'କୁ ଧରି ଫେରାର୍ ବେଳେ ଧରିଦେଲେ ଗାଁ ଲୋକ, ଆଉ ତା ପରେ…

 
ପରିଣତ ବୟସରେ ପ୍ରେମରେ ଉବୁଟୁବୁ ବୃଦ୍ଧ! ୪ ଛୁଆର ମା'କୁ ଧରି ଫେରାର୍ ବେଳେ ଧରିଦେଲେ ଗାଁ ଲୋକ, ଆଉ ତା ପରେ…

ପରିଣତ ବୟସରେ ଉଛୁଳିଲା ପ୍ରେମ। ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ ପ୍ରେମରେ ଉବୁଟୁବୁ ହୋଇ ଜଣେ ୪ ଛୁଆର ମା କୁ ଧରି ଫେରାର ହୋଇଯିବା ଘଟଣା ବର୍ତମାନ ଚର୍ଚ୍ଚା ରେ ରହିଛି। ଏଭଳି ଘଟଣା ଘଟିଛି ଓଡ଼ିଶାର କେନ୍ଦୁଝର ଟାଉନ୍‌ ଥାନା ମଣ୍ଡୁଆ ମୁଣ୍ଡାସାହିରେ। ତେବେ ଉଭୟଙ୍କୁ ସ୍ଥାନୀୟ ଲୋକେ ଧରିଥିବା ବେଳେ ବୃଦ୍ଧଙ୍କୁ ବହେ ଛେଚିଲେ ଗାଁ ଲୋକେ।

ମିଳିଥିବା ସୂଚନା ଅନୁଯାଇ ୬୦ ବର୍ଷୀୟ ଏହି ବୃଦ୍ଧଙ୍କର ସେହି ଗ୍ରାମରେ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ତେବେ ପରେ ପ୍ରେମ ସମ୍ପର୍କ ବଢ଼ି ବଢ଼ି ଉଭୟେ ଗ୍ରାମ ଛାଡ଼ି ପଳାଇବାକୁ ନିଷ୍ପତ୍ତି ନେଇଥିଲେ। ଏହାର କିଛି ଦିନ ପରେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିଲା।

ସ୍ୱାମୀଙ୍କ ଦେହାନ୍ତ କଥା ଶୁଣି ମହିଳା ଜଣକ କ୍ରିୟାକ୍ରମ ପାଇଁ ଗାଁ କୁ ଆସିଥିବା ବେଳେ ସେଠାରେ ଗାଁ ଲୋକେ ଉକ୍ତ ବୃଦ୍ଧଙ୍କୁ କାବୁ କରିନେଇଥିଲେ। ଏହାପରେ ଗାଁ ଲୋକେ ତାଙ୍କୁ ନିର୍ମମ ଭାବେ ପିଟିଥିବା ବେଳେ କୌଣସି ସ୍ଥାନରୁ ସୂଚନା ପାଇଁ ଟାଉନ ଥାନା ପୋଲିସ ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।