ଶିକାର ବେଳେ ଭୁଲ ବଶତଃ ଗୁଳି ଫୁଟିବାରୁ ଚାଲିଗଲା ଯୁବକଙ୍କ ଜୀବନ, ସାଙ୍ଗର ଏଭଳି ଅବସ୍ଥା ଦେଖି ଅନ୍ୟ ୩ ସାଙ୍ଗ ଡରିଗଲେ ଏବଂ..

 
ଶିକାର ବେଳେ ଭୁଲ ବଶତଃ ଗୁଳି ଫୁଟିବାରୁ ଚାଲିଗଲା ଯୁବକଙ୍କ ଜୀବନ, ସାଙ୍ଗର ଏଭଳି ଅବସ୍ଥା ଦେଖି ଅନ୍ୟ ୩ ସାଙ୍ଗ ଡରିଗଲେ ଏବଂ..

ଶିକାର କରିବା ପାଇଁ ସେମାନଙ୍କ ଗାଁ ନିକଟରେ ଥିବା ଏକ ଜଙ୍ଗଲକୁ ଯିବା ସାତଜଣ ଯୁବକଙ୍କ ପାଇଁ କାଳ ହୋଇଛି। ୧୮ ରୁ ୨୩ ବର୍ଷ ବୟସର ସମସ୍ତେ ନାବାଳକ ହୋଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ରେ ୪ ଜଣ ଯୁବକଙ୍କ ଅକାଳ ବିୟୋଗ ଘଟିଛି। 

ଏହି ଘଟଣା କ୍ରମରେ ପ୍ରଥମେ ୭ ଜଣ ସାଙ୍ଗ ମିଶି ଜଙ୍ଗଲ କୁ ଶିକାର କରିବାକୁ ଯାଇଥିଲେ। ତେବେ ଜଙ୍ଗଲ ରେ ଭୁଲ ବଶତଃ ରାଜୀବ ସିଂ ନାମକ ବାଳକ ନେଇ ଯାଉଥିବା ବନ୍ଧୁକ ରୁ ଗୁଳି ଫୁଟି ସନ୍ତୋଷ ପାନବର୍ ଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ଏହି ବାଳକ ଗୋଷ୍ଠୀର ଅନ୍ୟ ତିନିଜଣଙ୍କୁ ଏତେ ମାତ୍ରା ରେ ହତାଶ ଏବଂ ଥରାଇ ଦେଇଥିଲା ଯେ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ତେବେ ଘଟଣା ସ୍ଥଳରେ ହିଁ ସୋହନ ସିଂ, ଅର୍ଜୁନ ସିଂ ଏବଂ ପଙ୍କଜ ସିଂ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ତେହେରୀ ଜିଲ୍ଲାର ଭୀଲାଙ୍ଗନା ବ୍ଲକର କୁଣ୍ଡି ଗ୍ରାମରୁ ଆସିଥିବା ଏହି ଯୁବକମାନେ ଶନିବାର ସନ୍ଧ୍ୟାରେ ନିଜ ଗାଁ ନିକଟ ଚୋଲା ଟୋକ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ ବୋଲି ଘନସାଲୀ ପୋଲିସ ବିଭାଗର ଦାୟିତ୍ୱରେ ଥିବା କୁଲଦୀପ ଶାହା କହିଛନ୍ତି। ତେବେ ରାହୁଲ ଏବଂ ସୁମିତ ନାମକ ଦୁଇ ସାଙ୍ଗ ଗାଁ କୁ ଫେରିଆସିଥିବା ବେଳେ ରାଜୀବ ସିଂ ନାମକ ବାଳକ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣା ପଡ଼ିଛି।