୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା ପରେ ମା କହିଲେ "ଯଦି ମୋ ପୁଅ ଦୁଷ୍କର୍ମ କରିଛି ତାକୁ ଫସି ଦିଅ କିନ୍ତୁ ସେ..."

 
pua duskarm..

ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିସନରେଟ୍ ପୁଲିସ। ଗତକାଲି ୩ ବର୍ଷର ଝିଅକୁ ସନ୍ତୋଷ ଦୁଷ୍କର୍ମ କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲା। ତାର ସହଯୋଗୀକୁ ପୁଲିସ ଅଟକ ରଖି ଜେରା କରିଥିଲା। 

ତେବେ ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସୁଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଲୋକେ ସନ୍ତୋଷଙ୍କ ଘର ଆଗରେ ଭଡ଼ାରେ ରହୁଥିଲେ। 

ଏବଂ ଗତକାଲି ସନ୍ଧ୍ୟା ସମୟର ତାଙ୍କର ନାବାଳିକା ଝିଅ ସନ୍ତୋଷଙ୍କ ଘରେ ଶୋଇଥିଲା। ଆଉ ସେହି ସମୟରେ ନାବାଳିକା ଝିଅ ସହିତ ଦୁଷ୍କର୍ମ ହୋଇଥିଲା। ତେବେ ଶିଶୁଟି ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। 

ଏହାପରେ ଭୟଭୀତ ହୋଇ ପଡ଼ିଥିବା ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହାପରେ ନାବାଳିକା ଝିଅ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ପାରିବାର ଲୋକେ। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଭିଜା ବେଡସିଟ୍ ଏଵଂ ସନ୍ତୋଷଙ୍କ ରକ୍ତ ଭିଜା ପ୍ୟାଣ୍ଟ୍ ମଧ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। 

ତେବେ ଏନେଇ ସନ୍ତୋଷ ଙ୍କ ମା କହିଛନ୍ତି ଯଦି ସନ୍ତୋଷ ଦୋଷୀ ତେବେ ଦଣ୍ଡ ପାଉ ଆଉ ଯଦି ସନ୍ତୋଷ ନିର୍ଦ୍ଦୋଷ ତେବେ ତପାଇଁ କୌଣସି ପଦକ୍ଷେପ ନନିଆଯାଉ। ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସନ୍ତୋଷ ଏୟାରଫିଲଡ ଥାନା ପାଞ୍ଚଗାଁ ଅଞ୍ଚଳର ବୋଲି ଜଣାଯାଇଛି। ସେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ତାଙ୍କ ବୟସ ୨୩ ବର୍ଷ ।