ଦୁଇ ବର୍ଷର ବାଳିକାକୁ ବଳାତ୍କାର ଅଭିଯୋଗରେ ୧୪ ବର୍ଷର ବାଳକ ଗିରଫ, ଘଟଣା ବିଷୟରେ ଜାଣି ପୁଲିସ ମଧ୍ୟ ହେଲା ତାଯୁବ 

 
ଦୁଇ ବର୍ଷର ବାଳିକାକୁ ବଳାତ୍କାର ଅଭିଯୋଗରେ ୧୪ ବର୍ଷର ବାଳକ ଗିରଫ, ଘଟଣା ବିଷୟରେ ଜାଣି ପୁଲିସ ମଧ୍ୟ ହେଲା ତାଯୁବ

ଦେଶରେ ବର୍ତ୍ତମାନ ବଳାତ୍କାର ର ମାମଲା ବଢ଼ିବାରେ ଲାଗିଛି। ଏହି କ୍ରମରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନା କୁ ଆସିଛି। ଗାଜିଆବାଦ ର ଲୋନୀ ଅଞ୍ଚଳରୁ ଆସିଥିବା ଏହି ଘଟଣା କ୍ରମରେ ଏକ ୨ ବର୍ଷର ଶିଶୁ ଟିକୁ ବଳାତ୍କାର ଅଭିଯୋଗରେ ଏକ ମୁକ ବଧିର ଥିବା ୧୪ ବର୍ଷୀୟ ବାଳକ କୁ ଗିରଫ କରାଯାଇଥିବା ପୋଲିସ କହିଛି।

ତେବେ ଶିଶୁ ଝିଅଟି ଆହତ ହୋଇଥିବା ବେଳେ ବୁଧବାର ଦିନ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏବଂ ଶିଶୁଟିର ଅବସ୍ଥା ସ୍ଥିର ଥିବା ପୋଲିସ କହିଛି।ପୋଲିସ କହିବା ଅନୁଯାଇ ବାଳକଟି ଘର ଛାତ ଉପରେ ଶିଶୁ ସହିତ ଖେଳୁଥିଲା ଏବଂ ସେତେବେଳେ ଶିଶୁଟିର ମା ତଳେ ଥିଲେ।

ଶିଶୁଟିର କାନ୍ଦ ଶୁଣି ତା ମା ଏବଂ ଜେଜେବାପା ଛାତ ଉପରେ ପହଞ୍ଚିବା ପରେ ବାଳକଟି ଛୁଆଟିକୁ ଧରାଇଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ମଧ୍ୟ ବୁଧବାର ଦିନ ଉକ୍ତ ବାଳକ କୁ ଗିରଫ କରା ଯାଇଥିବା ପୋଲିସ କହିଛି।