ବିଦ୍ୟାର ମନ୍ଦିରରେ ଶିକ୍ଷକଙ୍କ କଳା କାରନାମା! ସ୍କୁଲ ମାଲିକ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ଦୁଇ ନାବାଳିକା…..

 
Rape

ଛାତ୍ର ଛାତ୍ରୀମାନଙ୍କ ପାଇଁ ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନାବାଳିକାଙ୍କୁ ବଳାତ୍କାର। ପୁଣି ଆଉ କେହି ନୁହେଁ ବରଂ ଖୋଦ୍ ପ୍ରଧାନ ଶିକ୍ଷକ ଏବଂ ସ୍କୁଲ ମାଲିକ ସେମାନଙ୍କ ସହିତ ଏଭଳି ଖରାପ କାମ କରିଥିବା ନେଇ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟ ପରିସରରେ ଏଭଳି ଘଟଣା ଘଟି ଯାଇଥିବା ଅଭିଯୋଗ ହୋଇଛି।

Rape

ମିଳିଥିବା ସୂଚନା ଅନୁଯାଇ ଉକ୍ତ ବିଦ୍ୟାଳୟର ମାଲିକ ପ୍ରଦୀପ ପ୍ରଧାନ ଏବଂ ପ୍ରଧାନଶିକ୍ଷକ ଦୁଇ ପୀଡିତାଙ୍କୁ ଅନେକ ସମୟରେ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ। କିନ୍ତୁ, ପ୍ରଧାନଶିକ୍ଷକଙ୍କ ଧମକରେ ଡରିଯାଇ ନାବାଳିକା ଏଥିନେଇ ଘରେ ଜଣାଉନଥିଲେ। କିନ୍ତୁ, ଘଟଣା ଦିନ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା।

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

୬ଷ୍ଠ ଏବଂ ୭ତମ ଶ୍ରେଣୀରେ ପଢ଼ୁଥିବା ଏହି ଦୁଇ ନାବାଳିକାଙ୍କୁ ପ୍ରଧାନଶିକ୍ଷକ ଜୋର ଜବରଦସ୍ତ ଏକ ଫାଙ୍କା ଥିବା ଶ୍ରେଣୀ ଗୃହକୁ ନେଇ ଯାଇଥିଲେ। ସେଠାରେ ପ୍ରଦୀପ ଥିବା ବେଳେ ସେ ପିଲାମାନଙ୍କର ସାର୍ଟ ଖୋଲିବା ସହିତ ସମ୍ବେଦନଶୀଳ ଅଙ୍ଗ ଗୁଡିକୁ ଛୁଇଁଥିଲେ। ଏଥିସହିତ ଖରାପ କାମ ମଧ୍ୟ କରିଥିଲେ। 

Rape

ନାବାଳିକା ଦ୍ୱେୟ ଘରକୁ ଫେରି କାନ୍ଦିବା ସହିତ ସେଥିନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏଥିନେଇ ଥାନାକୁ ଯାଉଥିବା ବେଳେ ଉକ୍ତ ଅଞ୍ଚଳର ଜଣେ କୁଜି ନେତା ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି। ଏଥିନେଇ ସେ ଏକ ବୈଠକ ବସାଇବା ସହିତ ପୀଡିତାଙ୍କ ପରିବାର ଲୋକଙ୍କୁ ଥାନାକୁ ନ ଯିବାପାଇଁ ପ୍ରବର୍ତ୍ତାଇଥିଲେ।

Arrested

କିନ୍ତୁ, ଏବେ ପୀଡିତା ଏବଂ ତାଙ୍କ ପରିବାର ଲୋକେ ଏଥିନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହିତ ଘଟଣାର ପ୍ରତକ୍ଷଦର୍ଶୀ ରହିଥିବା ଦୁଇଜଣ ଛାତ୍ରୀ ମଧ୍ୟ ଏଥିନେଇ ପୋଲିସ ଆଗରେ ନିଜର ବୟାନ ଦେଇଛନ୍ତି। ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବା ବେଳେ ଆଇପିସି ଦଫା ୩୫୪(ଏ), ୩୭୬(୨)(ଏ), ୫୦୬ ଏବଂ ପୋକ୍‌ସୋ ଆକ୍ଟ ୪ ଅନୁଯାୟୀ ୩୧/୨୦୨୪ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ଆହୁରି ପଢ଼ନ୍ତୁ:- ରାତି ଅଧରେ ଘରେ ପଶିଲେ ପୋଲିସ ବାବୁ! ସ୍ୱାମୀକୁ ନିସ୍ତୁକ ମାଡ଼ ମାରିବା ସହିତ ସ୍ତ୍ରୀ ସହିତ କରିଲେ ଏପରି କାମ….