ନାବାଳକକୁ ଅପହରଣ କରି ବାହା ହୋଇଗଲେ ୧୯ବର୍ଷୀୟା ଯୁବତୀ, ଜବରଦସ୍ତି ରଖୁଥିଲେ ଶାରୀରିକ ସମ୍ପର୍କ, ଆଉ ତାପରେ..

 
Nabalaka bahaghara

ଦେଶରେ ନାବାଳିକା ଓ ମହିଳାମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ଏବଂ ଅପରାଧ ମୁଣ୍ଡ ବିନ୍ଧାର କାରଣ ସାଜିଛି। କିନ୍ତୁ, ସମୟର ପରିବର୍ତ୍ତନ ସହିତ ଅପରାଧର ତରିକା ମଧ୍ୟ ବଦଳି ଯାଇଛି। ଚେନ୍ନାଇ ଠାରେ ଏକ ନାବାଳକକୁ ଜଣେ ୧୯ ବର୍ଷୀୟା ଯୁବତୀ ଯୌନ ନିର୍ଯ୍ୟାତନା ଦେଇଥିବା ଭଳି ଜଘନ୍ୟ ମାମଲା ସାମ୍ନାକୁ ଆସିଛି। ପୋଲିସ ପାଖରେ ହୋଇଥିବା ଅଭିଯୋଗ ଅନୁଯାଇ ଯୁବତୀ ଜଣକ ଜଣେ ୧୭ ବର୍ଷୀୟ ନାବାଳକକୁ ନେଇ ଫେରାର ହେବା ସହିତ ଜୋରଜବରଦସ୍ତ ବିବାହ କରିଥିଲା।

Teenager

ମିଳିଥିବା ସୂଚନା ଅନୁଯାଇ ଉଭୟେ ପୋଲଚୀର ଏକ ପେଟ୍ରୋଲପମ୍ପରେ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ସମ୍ପର୍କ ରହିଥିବା ବେଳେ ଉଭୟେ ଗତ ଗୁରୁବାର ଦିନ ବିବାହ କରିଥିଲେ। ସେମାନେ କୋଏମ୍ବାତୁରର ସିମ୍ମେଦୁରେ ଘର ଭଡା ନେଇ ରହୁଥିଲେ। 

Arrested

ଏହି ଖବର ପାଇବା ପରେ ନାବାଳକ ପୁଅର ମାଆ ଏଥିନେଇ ଥାନାରେ ଏତଲା ଦେଇଥିଲେ।ତାଙ୍କ ଏତଲାକୁ ଆଧାର କରି ପୋଲିସ ଯୁବତୀଙ୍କ ବିରୁଦ୍ଧରେ ପୋସ୍କୋ ଆକ୍ଟ ଏବଂ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗିରଫ କରିଛି। ପୋଲିସ ଯୁବତୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।