ବର୍ବରତାର ସୀମା ଟପିଗଲେ ଦୁର୍ବୁତ୍ତ, ୧୭ ବର୍ଷର ନାବାଳିକାକୁ ଗଣବଳାତ୍କାର କରି ରାସ୍ତାରେ ଫିଙ୍ଗିଦେଲେ, ଆଉ ତା ପରେ…

 
Gang rape

ରାଜସ୍ଥାନର ଅଲୱର୍ ଜିଲ୍ଲାରୁ ଏକ ହୃଦୟଥରା ଗଣଦୁଷ୍କର୍ମର ମାମଲା ସମ୍ନାକୁ ଆସିଛି। ଏହି ଘଟଣାରେ ମାତ୍ର ୧୭ ବର୍ଷୀୟା ଜଣେ ନାବାଳିକାକୁ ୭ ଜଣ ଦୁର୍ବୁତ୍ତ ଜଣ ଜଣ କରି ରେପ୍ କରିବା ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୦ ଦିନ ଭିତରେ ଅଲୱର୍ ଜିଲ୍ଲାରେ ଏହି ଘଟଣାକୁ ଛାଡ଼ି ଆହୁରି ୮ ଟି ବଳାତ୍କାର ମାମଲା ସମ୍ନାକୁ ଆସି ସାରିଛି।

ଏଥିନେଇ ପୀଡ଼ିତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ହୋଇଥିବା ଅଭିଯୋଗ ମୁତାବକ ଗତ ଜୁଲାଇ ୪ ତାରିଖ ରାତିରେ ଯୁବତୀଜଣକ ଗାଈ ବାନ୍ଧିବା ପାଇଁ ଘର ବାହାରକୁ ଆସିଥିଲେ। ସେଠାରେ ପୂର୍ବରୁ ବସି ମଦ ପିଉଥିବା ତାହିର, ସଦ୍ଦାମ ଓ ସାଜିଦ ନାବାଳିକାକୁ ଅପହରଣ କରିନେଇ ତାହିର ଘରେ ବଳାତ୍କାର କରିଥିଲେ। ଏହାପରେ ଏକ ବୋଲେରୋ ଯୋଗେ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲେ ଯେଉଁଠାରେ ୱାସିମ ଓ ପରଭେଜ ନାମକ ଦୁଇ ବ୍ୟକ୍ତି ନାବାଳିକାକୁ ବଳାତ୍କାର କରିଥିଲେ। 

ଏତିକିରେ ଦୁର୍ବୁତ୍ତମାଙ୍କର ମନ ଭରିନଥିଲା ଯେ ସେମାନେ ନାବାଳିକାକୁ ଦିବାକରି ଗାଁକୁ ନେଇ ଯାଇଥିଲେ ଯେଉଁଠାରେ ଚତର କୁମ୍ଭାର ଏବଂ ଅରବାନ ଖାଁ ନାମକ ଆଉ ଦୁଇ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲେ। ୭ ଜଣ ଯାକ ବଳାତ୍କାର କରିବା ପରେ ପିଡ଼ିତାଙ୍କୁ ରାସ୍ତା କଡରେ ଥିବା ଏକ ଇଟା ଭାଟ୍ଟିରେ ଫୋପାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ ହେବାପରେ ପୋଲିସ CRPC ଧାରା ୧୬୧ ଅନୁଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ ଡାକ୍ତରୀ ମାଇନା କରାଇଛି। ଏହାର ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଡ଼ିଏସପି ଓମପ୍ରକାଶ ମିନା କହିଛନ୍ତି।