ବିଶ୍ୱାସରେ ବିଷ ଦେଲା ସାଙ୍ଗ ରୁମ୍‌କୁ ଡାକିକି ନେଲେ, ଡ୍ରିଙ୍କସ୍‌ରେ ନିଶା ମିଶାଇ ପିଇବାକୁ ଦେଲେ, ଆଉ ତାପରେ...

 
Gang rape

ବିଶ୍ୱାସରେ ବିଷ ଦେଲା ସାଙ୍ଗ। ଯେଉଁ ସାଙ୍ଗକୁ ନିଜ ଠାରୁ ଅଧିକ ବିଶ୍ୱାସ କରିଥିଲେ ଦିନେ ସେହି ସାଙ୍ଗ ପାଇଁ ଯେ ତାଙ୍କର ଇଜ୍ଜତ୍ ଚାଲିଯିବ ଏହା ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଏହି ନାବାଳିକା। ସମ୍ପୃକ୍ତ ଯୁବତୀଙ୍କୁ କୋଲ୍ଡ ଡ୍ରିଂକ୍ସରେ ନିଶାଦ୍ରବ୍ୟ ମିଶାଇ ୬ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

Rape

 ଗତ ଫେବୃଆରୀ ୪ ତାରିଖରେ ହାଇଦ୍ରାବାଦ୍ ଠାରେ ଏଭଳି ଘଟଣା ଘଟି ଯାଇଥିବା ସୂଚନା ମିଳିଛି। ହୋଇଥିବା ଅଭିଯୋଗ ଅନୁଯାଇ ୧୬ ବର୍ଷୀୟା ଏହି ନାବାଳିକାଙ୍କୁ ଯୁବକ ଜଣକ ଚତ୍ରିନାକା ଥାନା ଅଞ୍ଚଳରେ ଥିବା ନିଜ ରୁମ୍ କୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ସେ ତାଙ୍କୁ ପିଇବା ପାଇଁ ଡ୍ରିଙ୍କସ୍‌ ଦେଇଥିଲେ ଯେଉଁଥିରେ ନିଶାଦ୍ରବ୍ୟ ମିଶିଥିଲା।

Gang rape

ନିଶାର ପ୍ରଭାବ ଆରମ୍ଭ ହେବାପରେ ଯୁବତୀ ଜଣକ ବେହୋସ ହୋଇଯାଇଥିଲେ। ଯାହାପରେ ସମ୍ପୃକ୍ତ ଯୁବକ ଏବଂ ତାର ଆଉ ୬ ଜଣ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ, ଯୁବତୀ କରିଥିବା ଅଭିଯୋଗ ଅନୁଯାଇ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଉପରେ ମାମଲା ରୁଜୁ କରିଛି।