​​​​​​ପ୍ରଥମେ ବୟଫ୍ରେଣ୍ଡ୍ ସାଙ୍ଗ ସହ ମିଶି କଲା ଦୁଷ୍କର୍ମ ତାପରେ ଆତ୍ମହତ୍ୟା କରିବାରୁ ବଞ୍ଚାଇଥିବା ଯୁବକ ବି ଛାଡିଲାନି, ଜାଣନ୍ତୁ ପୁରା ଘଟଣା

 
Odisha girl on vizag
ସାମ୍ନାକୁ ଆସିଲା ଆଉ ଏକ ଗଣ ଦୁଷ୍କର୍ମ । ଗଣ ଦୁଷ୍କର୍ମର ଶୀକାର ହେଲେ ଜଣେ ଯୁବତୀ । ଯାହାଙ୍କର ବୟସ ମାତ୍ର ୧୮ବର୍ଷ । ଜଣେ କୁ ଦୁଇ ଜଣ ନୁହେଁ ପ୍ରାୟ ୧୩ ଜଣ ମିଶି ବାରମ୍ବାର ଦୁଷ୍କର୍ମ କରିଥିଲେ ଏହି ନାବାଳିକାଙ୍କ ସହିତ । ଜାଣନ୍ତୁ ପୁରା ଘଟଣା ଯାହା ଜାଣିବା ପରେ ହୁଏ ତ ଆପଣଙ୍କ ରୁମ ବି ଟାଙ୍କୁରି ଉଠିବ ।

ର

ସୂଚନା ଅନୁଯାୟୀ ନା ବାଳିକା ଜଣଙ୍କ ନିଜ ବୟଫ୍ରେଣ୍ଡ୍ ସହିତ ୱାଇଜାକ ବୁଲିବାକୁ ଯାଇଥିଲେ । ସେଠାରେ ସେ ଏକ ଲଜ୍ ରେ ରହିଥିଲେ । ଯେଉଁଠାରେ ପ୍ରଥମେ ତାଙ୍କ ବୟଫ୍ରେଣ୍ଡ୍ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏପରିକି ବୟଫ୍ରେଣ୍ଡ୍ ର ସାଙ୍ଗମାନେ ମଧ୍ୟ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ଜୀବନ ବିକଳରେ ସେହି ଲଜ୍ ରୁ ବାହାରି ଆର୍କେ ବିଚ୍ ଆଡ଼କୁ ଦୌଡ଼ି ଯାଇଥିଲେ ।

ସେଠାରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଫଟୋଗ୍ରାଫର୍ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । ନାବାଳିକା ଜଣଙ୍କ ଫୋଟୋଗ୍ରାଫରଙ୍କ କଥାକୁ ବିଶ୍ବାସ କରି ତାଙ୍କ ସହ ଲଜ୍ କୁ ଯାଇଥିଲେ । ହେଲେ ସେହି ଫଟୋଗ୍ରାଫର ଜଣକ ଯେ ଏକ ଦାନବ ତାହା ନାବାଳିକା ଜଣଙ୍କ ଜାଣି ନ ଥିଲେ । 

Vizag

ଫଟୋଗ୍ରାଫର ଜଣକ ନାବାଳିକାଙ୍କୁ ଲଜ୍ ରେ ରଖି ପ୍ରାୟ ଦୁଇ ଦିନ ଧରି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏପରିକି ସେ ନିଜ ସାଙ୍ଗ ସାଥିଙ୍କୁ ମଧ୍ୟ ଡକାଇବାକୁ ପଛାଇ ନ ଥିଲେ । ଏପରି ମୋଟ ୧୩ ଜଣ ଯୁବକ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । 

ତେବେ ନାବାଳିକା ଜଣଙ୍କ କଳାହାଣ୍ଡି ଜିଲ୍ଲାର ବୋଲି ଜଣା ପଡିଛନ୍ତି ଯେ କି ନିଜ ପରିବାର ସହିତ ପ୍ରାୟ ୯ ମାସ ହେବ ବିଶାଖାପଟନମ୍ ଯାଇଥିଲେ । ଘର ଲୋକଙ୍କ କହିବା ଅନୁସାରେ ତାଙ୍କ ଝିଅ ଏକ ସରକାରୀ ଚାକିରିଆଙ୍କ ଘରେ ମେଡ ଭାବେ କାମ କରୁଥିଲା । ସେ ଘରେ କିଛି ଦିନ ପାଇଁ ବାହାରକୁ ବୁଲା ବୁଲି କରିବାକୁ ଯାଉଛି କହି ଘରୁ ଯାଇଥିଲେ । ହେଲେ ଘର ଲୋକ ତାଙ୍କର କିଛି ଖବର ନ ପାଇବାରୁ ପୋଲିସ୍ ଷ୍ଟେସନ୍ ରେ ଝିଅ ନିଖୋଜ ହେବାର ଅଭିଯୋଗ କରିଥିଲେ ।

ପୋଲିସ୍ ସନ୍ଧାନ କରି ନାବାଳିକା ଜଣଙ୍କୁ ବିଶାଖାପଟନମ୍ ରୁ ଉଦ୍ଧାର କରିଥିଲେ । ପୋଲିସ୍ ଝିଅ ଟିକୁ ଉଦ୍ଧାର କରିବା ସମୟରେ ସେ ମାନସିକ ସ୍ତରରେ ସମ୍ପୂର୍ଣ ଆଘାତ ଥିଲେ । ଚେତା ଶୂନ୍ୟ ଅବସ୍ଥାରେ ପୋଲିସ୍ ଝିଅଟିକୁ ଉଦ୍ଧାର କରିଥିଲା । ଚେତା ଫେରିବା ପରେ ପୋଲିସ୍ ଆଗରେ ସବୁ ସତ କହିଥିଲେ ଝିଅଟି । ଏହା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।