ଅନେକ ସହପାଠୀଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ପରେ ମା ହେଲେ ୯ମ ଶ୍ରେଣୀ ଛାତ୍ରୀ, ଏମିତି ଖୋଲିଲା ରହସ୍ୟ, ଜାଣନ୍ତୁ ପୂରା ଘଟଣା

 
Nabalika

ପୁଣି ନାବାଳିକା ଦୁଷ୍କର୍ମକୁ ନେଇ ଲଜ୍ଜିତ ହୋଇଛି ସାରା ଦେଶ। ରାଜସ୍ଥାନର ଶେରଗଡ଼ ଜିଲ୍ଲାରେ ଜଣେ ୧୨ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ ମାଆ ହେବା ଘଟଣା ଚର୍ଚ୍ଚାର ବିଷୟ ପଲଟିଯାଇଛି। ନାବାଳିକା ଜଣକ କିଛି ଦିନ ତଳେ ଡାକ୍ତରଖାନାରେ ଏକ ସନ୍ତାନ ପ୍ରସବ କରିଥିବା ବେଳେ ରାଜସ୍ଥାନ ରାଜ୍ୟ ଶିଶୁ ସଂରକ୍ଷଣ ଆୟୋଗର ଅଧ୍ୟକ୍ଷା ସଙ୍ଗୀତା ବୈନିବାଲ ଏଥିନେଇ ସୂଚନା ଦେଇଛନ୍ତି।

Pregnant

ବର୍ତ୍ତମାନ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଜଣକ ଅନେକ ସହପାଠୀଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଏବଂ ଜଣେ ଯୁବକ ରହିଥିବା ବେଳେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଡକ୍ଟର ଧନପତ ଗୁର୍ଜର ପୀଡ଼ିତାଙ୍କ ପରିବାର ସହିତ ଆଲୋଚନା କରିବା ପରେ ପୋଲିସ ସାହାଯ୍ୟରେ ଅଭିଯୁକ୍ତ ମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

Raped

ପୀଡ଼ିତା ମାଡ଼ ଗାଳି ଭୟରେ ଘରେ କିଛି କହିନଥିଲା। ତେବେ, କରୋନା ହେତୁ ହୋଇଥିବା ଲକଡ଼ାଉନ ସମୟରେ ପୀଡ଼ିତା ଘରେ ଥିବାରୁ ତାଙ୍କ ଶରୀର ବଢୁଥିବା ଭାବି ଘରେ କେହି ସନ୍ଦେହ କରିନଥିଲେ। କିନ୍ତୁ, କିଛି ଦିନ ପୂର୍ବରୁ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ନାବାଳିକାଟିକୁ ଡାକ୍ତରଖାନା ନିଆ ଯାଇଥିଲା ଯେଉଁଠାରେ ସମସ୍ତ କଥା ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଏତଲାକୁ ଆଧାର କରି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।