ବାହାଘରର ମାତ୍ର ବର୍ଷେ ପରେ ଡକ୍ଟର୍ସ ଡେ'ରେ ଏକାସଙ୍ଗେ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ଆଜି ଜୁଲାଇ ୧ ତାରିଖରେ ଦେଶରେ ଡକ୍ଟର୍ସ ଡେ ପାଳନ କରାଯାଉଥିବା ବେଳେ ପୁଣେର ୱାନୱାନି ପୋଲିସ ଷ୍ଟେସନ ଅଧୀନରେ ଥିବା ଆଜାଦ ନାଗରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଏକ ଯୁବ ଡାକ୍ତର ଦମ୍ପତ୍ତି ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଚକିତ କରିଛି।

ପୋଲିସ ଦେଇଥିବା ରିପୋର୍ଟ ଅନୁଯାୟୀ ମୃତ ଦମ୍ପତ୍ତିଙ୍କ ନାମ ଅଙ୍କିତା ନିଖିଲ ଶେଣ୍ଡକର (୨୬) ଏବଂ ନିଖିଲ ଦତ୍ତାତ୍ରେୟା ଶେଣ୍ଡକର (୨୮) ବୋଲି ଜଣାପଡିଛି। ବର୍ଷେ ପୂର୍ବରୁ ଉଭୟଙ୍କ ବିବାହ ହୋଇଥିଲା। ଏହି ଯୁବ ଦମ୍ପତି ଅଲଗା ଅଲଗା କ୍ଲିନିକରେ ଡାକ୍ତର ଥିବାବେଳେ ଗୋଟିଏ ଘରେ ଏକାଠି ରହୁଥିଲେ। କୁହାଯାଉଛି ଯେ ଆଜାଦ ନାଗରରେ ଥିବା ଏକ କ୍ଲିନିକରେ ଅଭ୍ୟାସ କରୁଥିବା ନିଖିଲଙ୍କର ପତ୍ନୀ ଅଙ୍କିତାଙ୍କ ସହ ଫୋନରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା।  

ବୁଧବାର ରାତି ପ୍ରାୟ ୮ ଟା ସମୟରେ ନିଖିଲ ଘରେ ପହଞ୍ଚି ଅଙ୍କିତାଙ୍କୁ ଫାସୀରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ତେବେ ଅଙ୍କିତାଙ୍କୁ ଡାକ୍ତରଖାନା ନିଆଯିବା ପୂର୍ବରୁ ହିଁ ତାଙ୍କର ଦେହାନ୍ତ ହୋଇଯାଇଥିଲା। ପତ୍ନୀଙ୍କର ଅକାଳ ବିୟୋଗରେ ହତାଶ ହୋଇ ପଡ଼ିଥିବା ନିଖିଲ ମଧ୍ୟ ଗୁରୁବାର ଦିନ ସକାଳ ପ୍ରାୟ ୭ ଟା ବେଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ତେବେ ଏହି ଯୁବ ଦମ୍ପତ୍ତି କଣ ପାଇଁ ଏପରି ପଦକ୍ଷପ ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହା ପାରିବାରିକ କଳହର ପରିଣତି ହୋଇପାରିଥାଏ ବୋଲି ବିଶ୍ୱାସ କରାଯାଉଥିଲେ ମଧ୍ୟ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।