ନଦେଖି ପେନ୍‌କିଲର ଟାବଲେଟ୍ ଭାବି ୱେୟାରଲେସ୍ ହେଡ୍‌ଫୋନକୁ ଗିଳିଦେଲେ ମହିଳା, ଆଉ ତା’ପରେ ଜାଣନ୍ତୁ ପୂରା ଘଟଣା

 

ସାମାନ୍ୟ ଅନ୍ୟମାନସ୍କ ହୋଇ ମଣିଷ ବେଳେ ବେଳେ ଏପରି କିଛି ଭୁଲ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ହଟହଟା ହେବାକୁ ପଡ଼ିଥାଏ। ଏହିପରି ଏକ ଘଟଣା ଆମେରିକାର ଜଣେ ମହିଳାଙ୍କ ସହିତ ଘଟିଯାଇଛି ଯେଉଁଥିରେ ସେ ଔଷଧ ବଦଳରେ ଏକ ୱେୟାରଲେସ୍ ଇୟରଫୋନ୍ ଗିଳି ଦେଇଥିଲେ। ଏହାପରେ ସେ ଏକ ଭିଡ଼ିଓ ଇଣ୍ଟରନେଟରେ ଅପଲୋଡ଼ କରିଥିଲେ ଯେଉଁଥିରେ ସେ କରିଥିବା ଭୁଲ ପାଇଁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। 

ଆମେରିକାର ମେସାଚୁସେଟ୍ସରେ ରହୁଥିବା କାର୍ଲୀ ଘଟଣା ଦିନ ତାଙ୍କର ଜଣେ ବନ୍ଧୁଙ୍କ ସହିତ ରହିଥିଲେ। ବିଛଣା ଉପରେ ବିଶ୍ରାମ ନେଉଥିବା ସମୟରେ ସେ ଗୋଟିଏ ହାତରେ ଏକ ୱେୟାରଲେସ୍ ଇୟରଫୋନ୍ ଏବଂ ଅନ୍ୟ ହାତରେ ପେନକିଲର୍ ଧରିଥିଲେ। କାର୍ଲୀ ଅନ୍ୟମାନସ୍କ ହୋଇ ହୋଇ ପେନକିଲର୍ ସ୍ଥାନରେ ଇୟରଫୋନ୍ କୁ ଗିଳି ଦେଇଥିଲେ। ସେ ଗିଳି ଦେଇଥିବା ଜିନିଷଟି ଯେ ଔଷଧ ନୁହେଁ ତାହା କାର୍ଲୀ ଜାଣିପାରିଥିଲେ।

ତାଙ୍କ କହିବା ଅନୁଯାଇ କିଛି ସମୟ ପରେ ସେ ତାଙ୍କ ଇୟରଫୋନ୍ ଖୋଜିବାକୁ ଲାଗିଥିଲେ। ବହୁତ ଖୋଜିବା ପରେ ନ ମିଳିବାରୁ ସେ ଲୋକେଶନ୍‌ ଟ୍ରାକ୍‌ କରିଥିଲେ ଯାହା ତାଙ୍କ ପାଖରେ ଥିବା ଦେଖାଉଥିଲା। ଏହା ପରେ ସେ ‘Find My Airpod’ ସଙ୍ଗୀତ ବଜାଇଥିଲେ, ଯାହାର ସ୍ୱର ତାଙ୍କ ପେଟରେ ହିଁ ଶୁଣା ଯାଇଥିଲା। ଇୟରଫୋନ୍ ଗିଲିଦେଇଥିବା ଜାଣିବା ପରେ ସେ ବିଚଳିତ ହୋଇ ଉଠିଥିଲେ ହେଁ ପରଦିନ ଏହା ସ୍ୱାଭାବିକ ଭାବରେ ବାହାରି ଆସିଥିଲା।