ଆଶ୍ଚର୍ଯ୍ୟ! ପୁରୁଷ ନମିଳିବାରୁ ନିଜ ପୋଷା କୁକୁର ସହ ଯୋୖନ ସମ୍ପର୍କ ରଖିଲେ ମହିଳା, ପୂରା ଘଟଣା ଜାଣି ହେବେ ତାଜୁବ୍

 

ପୋଷା କୁକୁର ସହିତ ଶାରୀରିକ ସମ୍ପର୍କ ରଖିଲେ ମହିଳା। ଏପରି କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। କିନ୍ତୁ, ଆୟରଲ୍ୟାଣ୍ଡରେ ଏହିଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୯ ବର୍ଷ ବୟସ୍କା ମହିଳା ନିଜ କୁକୁର ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହେବାପରେ ପୋଲିସ ତାଙ୍କୁ ଗିରଫ କରିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାଇ, ମହିଳା ଜଣକ ଡିସେମ୍ବର ୨୦୧୯ ରେ ତାଙ୍କ ଘରେ ଥିବା ରୋଟୱିଲର ପ୍ରଜାତିର କୁକୁର ସହିତ ଯୌନ ସମ୍ପର୍କ ରଖିଥିଲେ। ତେବେ ଏହି ଘଟଣା ପଦାକୁ ଆସିବା ପରେ ଉକ୍ତ ମହିଳାଙ୍କ ବିପକ୍ଷରେ ପଶୁପକ୍ଷୀଙ୍କୁ ନିର୍ଯାତନା ଦେଉଥିବା ନେଇ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଏବେ କୋର୍ଟରେ ପହଞ୍ଚି ସାରିଛି। ତେବେ, ଏହି ମାମଲାରେ ମହିଳାଙ୍କ ବିରୁଦ୍ଧରେ ପ୍ରମାଣ ମିଳିଥିବା କୁହାଯାଉଛି।

ଅଭିଯୁକ୍ତ ମହିଳା ସହରରେ ଉପସ୍ଥିତ ନଥିବାରୁ ତାଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ ଜଣକ କୋର୍ଟରେ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେବାକୁ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରୁଥିବା ଜଜ୍ ଟ୍ରେସା କେଲି ମାମଲାର ଶୁଣାଣିକୁ ୧ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣିରେ ମହିଳାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମହିଳାଙ୍କ ନାମକୁ ବାହାରେ ପ୍ରକାଶ ନ କରିବାକୁ କୁହାଯାଇଛି। ତେବେ, ମହିଳା ଜଣକ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଆଶା କରାଯାଉଛି।