କିଏ ଏହି ମହିଳା କମାଣ୍ଡର, ଯିଏ ଏମିତି ପ୍ଲାନ ରଚିଲେ ଯେ ଏକାସାଙ୍ଗରେ ଚାଲିଗଲା ଏତେ ନକ୍ସଲଙ୍କ ଜୀବନ, ଜାଣନ୍ତୁ

 

ଦନ୍ତୀବଡା ଜଙ୍ଗଲରେ ହେଇଥିବା ସବୁଠାରୁ ବଡ ଏନକାଉଣ୍ଟର ଯାହାକି ସଫଳତା ଇତିହାସରେ ଆଉ ଏକ ଫରଦ ଯୋଡ଼ି ହେଇଯାଇଛି। ଯବାନ ମାନଙ୍କ ଅଟେ ବଡ ସଫଳତାକୁ ନେଇ ଏବେ ସବୁଠୁ ଚର୍ଚ୍ଚା। ଛତିଶଗଡ ରାଜ୍ୟ ଗଠନର ୨୪ ବର୍ଷରେ ଏହା ଥିଲା ସବୁଠାରୁ ବଡ଼ ଏନକାଉଣ୍ଟର। ତେବେ ଦନ୍ତୀବଡା ଜିଲ୍ଲା ସୀମା ଜଙ୍ଗଲରେ ଦୁଇଦିନ ତଳେ ହେଇଥିବା ଏନକାଉଣ୍ଟରକୁ ନେଇ ଅନେକ ରୋଚକ ତଥ୍ୟ ସାମନାକୁ ଆସିଛି ଏତେ ବଡ଼ ଆକ୍ରମଣ କଥା ଭାବିନଥିଲା ନକ୍ସଲ ସଂଗଠନ। 

ନିଜ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲୁଚେଇ ରଖିଥିବାରୁ ଅତ୍ୟଧିକ ଆତ୍ମବିଶ୍ବାସରେ ରହିଥିଲା ନକ୍ସଲ ସଂଗଠନ। ଯଦି ଆକ୍ରମଣ ହୁଏ ତେବେ ମହିଳା ନକ୍ସଲକୁ ଢାଲ କରି ଟପ୍ କ୍ୟାଟର ଖସି ଯିବେ ବୋଲି ଆଶା କରିଥିଲେ। କିନ୍ତୁ ଗତ ଶୁକ୍ରବାର ରାତିରେ ଠିକ୍ ଓଲଟା ହେଇଥିଲା। ନକ୍ସଲ ମାନେ ଯେଉଁ ରଣନୀତିକୁ ଆପଣାଇ ଥିଲେ ତାକୁ ହିଁ ପ୍ରୟୋଗ କରିଥିଲେ ଯବାନ। ଯାହାଫଳରେ ଛତିଶଗଡ ନକ୍ସଲ ଇତିହାସରେ ସବୁଠାରୁ ବଡ ଏନକାଉଣ୍ଟର ସଫଳ ହେଇଛି। 

ଖବର ମୁତାବିକ ଆବୁଜବାଡ ଜଙ୍ଗଲରେ ନେନ୍ଦୁର ଥୂର୍ଥୁଲି ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ନକ୍ସଲ ଏକତ୍ରିତ ହେଇଥିଲେ। ତେବେ ଅପରେସନର ଜଟିଳ ଅଂଶ ଥିଲା ଦୁଇ ଜିଲ୍ଲାର ଯବାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା। ତେଣୁ ଜଣେ ବି ନକ୍ସଲ ଯେମିତି ଖସିବାକୁ ରାସ୍ତା ପାଇବେ ନାହିଁ ସେଥିପାଇଁ ପ୍ରଥମେ ଗୋଟିଏ ବଳୟ ପ୍ରସ୍ତୁତ କରିଥିଲେ ଯବାନ। ପ୍ରାୟତଃ ନକ୍ସଲ ଆମ୍ବୁସେ ଫସାଇ ଯବାନଙ୍କ ଉପରେ ଆକ୍ରମଣ କରିଥାନ୍ତି। ଏହି ରଣନୀତିର ପ୍ରୟୋଗ କରି ଏଥର ନକ୍ସଲକୁ ଆମ୍ବୁସେ ଫସାଇଥିଲା ଯବାନ। 

ସବୁଠାରୁ ବଡ଼କଥା ହେଉଛି ଏହି ଅପରେସନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲେ ମହିଳା କମାଣ୍ଡୋ। ତେଣୁ ନକ୍ସଲଙ୍କ ଖସିବା ବାଟକୁ ମହିଳା କମଣ୍ଡୋ ହିଁ ବନ୍ଦ କରିଥିଲେ। ନକ୍ସଲ ପୂର୍ବ ରଣନୀତି ଅନୁସାରେ ମହିଳା ନକ୍ସଲଙ୍କୁ ଆଗକୁ ଛାଡ଼ି ଥିଲେ। କିନ୍ତୁ ମହିଳା କମାଣ୍ଡୋ ଏଥିପାଇଁ ପ୍ରସ୍ତୁତ ଥିବାରୁ ଅଳ୍ପ ସମୟ ମଧ୍ୟରେ ମହିଳା ନକ୍ସଲଙ୍କ ବଳୟକୁ ଭେଦ କରିବାରେ ସକ୍ଷମ ହେଇପାରିଥିଲେ।