ଦେଖନ୍ତୁ ଭିଡିଓ: ଭାଷଣ ଦେଇଥିଲେ ମୋଦୀ ଏତିକି ବେଳେ ଲାଇଟ୍ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କଲା ଝିଅଟି, ତାପରେ ମୋଦୀ ଯାହା କଲେ

 

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ମହିଳା ଚଢିଲେ ଟାୱାର ଉପରେ । ପ୍ରଧାନମନ୍ତ୍ରୀ ବି ନିଜ ଭାଷଣ ରୋକି ମହିଳାଙ୍କୁ ତଳକୁ ଓହ୍ଲାଇବା ପାଇଁ କଲେ ଅନୁରୋଧ । ଯାହାର ଭିଡିଓ ଏବେ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ ୩ ନଭେମ୍ବର ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କର  ଚାଲିଛି ପ୍ରଚାର ପ୍ରସାର । ତେଲେଙ୍ଗାନାର ଗୋଟିଏ ସହରରୁ ଅନ୍ୟ ସହରକୁ କରୁଛନ୍ତି ଯାତ୍ରା । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଚାଲିଛି ଆୟୋଜନ । 

ଏଥି ମଧ୍ୟରେ ଗତ କାଲି ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ସିକନ୍ଦରାବାଦ ଠାରେ ଆୟୋଜିତ ପାର୍ଟି ମିଟିଂରେ ଯୋଗ ଦେଇଥିଲେ । ସେଠାରେ ସେ ଭାଷଣ ଦେବା ସମୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଜଣେ ମହିଳା ଲାଇଟ୍ ସଜ୍ଜିତ ଏକ ଉଚ୍ଚ ଟାୱାର ଉପରେ ଚଢ଼ି ଯାଇଥିଲେ ।