ହୋଟେଲ ବେଡ୍‌ରୁମ୍ ଭିତରେ କ’ଣ କରୁଥିଲେ ସୀମା-ସଚିନ୍‌, ସବୁ ସତ ସାମନାକୁ ଆସିଲା

 

ନେପାଳର ରାଜଧାନୀ କାଠମାଣ୍ଡୁରେ ଥିବା ଏକ ହୋଟେଲରେ ସୀମା ହାଇଦର ନୋଏଡାର ସଚିନଙ୍କୁ ଭେଟିଥିଲେ। ଉଭୟ ହୋଟେଲର ରୁମ୍ ନମ୍ବର 204 ବୁକ୍ କରିଥିଲେ। ଏଥିପାଇଁ ଉଭୟ ନକଲି ନାମ ବ୍ୟବହାର କରିଥିଲେ। ଉଭୟ ହୋଟେଲ ନ୍ୟୁ ବିନୟାକରେ ଏକ ସପ୍ତାହ ରହିଥିଲେ। ହୋଟେଲରେ କାମ କରୁଥିବା ଲୋକମାନେ କୁହନ୍ତି ଯେ ଦୁହେଁ ଅଧିକାଂଶ ସମୟରେ ହୋଟେଲ ରୁମରେ ରହୁଥିଲେ। ରୁମ୍ ନମ୍ବର 204 ରେ, ଦୁହେଁ ଏକ ବିବାହ ଭିଡିଓ ମଧ୍ୟ କରିଥିଲେ।

ସୀମା ହାଇଦର ଓ ସଚିନ୍ ମୀନା ସେମାନଙ୍କର 'ପ୍ରେମ କାହାଣୀ' ସମ୍ବନ୍ଧୀୟ ପ୍ରଶ୍ନର ଘେରରେ ଅଛନ୍ତି। ଭାରତ ଆସିବା ପୂର୍ବରୁ ଦୁହେଁ କାଠମାଣ୍ଡୁର ଏକ ହୋଟେଲରେ ଏକ ସପ୍ତାହ ରହିଥିଲେ। ବେଆଇନ ଭାବେ ଭାରତରେ ପ୍ରବେଶ କରିବାରେ ସୀମା ହାଇଦର କିପରି ସଫଳ ହେଲା? ଏହି ଘଟଣାର ଅନୁସନ୍ଧାନ ବେଳେ ଏହା ସାମ୍ନାକୁ ଆସିଛି ଯେ ହୋଟେଲରେ ରୁମ୍ ବୁକ୍ କରିବା ପାଇଁ ଦୁହେଁ ନକଲି ନାମ ବ୍ୟବହାର କରିଥିଲେ।

ହୋଟେଲ ବୁକିଂ କରିବାର ଗୋଟିଏ ଦିନ ପୂର୍ବରୁ ସଚିନ ନ୍ୟୁ ବିନାୟକ ହୋଟେଲରେ ପହଞ୍ଚିଥିଲେ। ରୁମ୍ ବୁକିଂ କରିବାବେଳେ ସେ କହିଥିଲେ ଯେ ତାଙ୍କ ପତ୍ନୀ ମଧ୍ୟ ଆସୁଛନ୍ତି, ଯିଏ ତାଙ୍କ ସହ ରହିବେ। କିଛି ସମୟ ପରେ ସୀମା ହାଇଦର ସେଠାରେ ପହଞ୍ଚିଥିଲେ। ସଚିନ୍ ଏବଂ ସୀମା ଯେଉଁ ସିଙ୍ଗଲ୍ ବେଡରୁମରେ ରହିଥିଲେ, ତାହାର ଗୋଟିଏ ଦିନର ଭଡା 500 ଟଙ୍କା ଥିଲା। ଉଭୟ ଏହାକୁ ସାତ ଦିନ ପାଇଁ ବୁକ୍ କରିଥିଲେ।

ହୋଟେଲ କର୍ମଚାରୀଙ୍କ ପିଲା ଏବଂ ପରିବାର ସଦସ୍ୟଙ୍କ ସହ ସୀମା ହାଇଦର ଏବଂ ସଚିନ୍ ଙ୍କର ସମ୍ପର୍କ ନିବିଡ଼ ହୋଇଯାଇଥିଲା। ରୁମରେ ଉଭୟ ରିଲ୍ ଭିଡିଓ ମଧ୍ୟ ତିଆରି କରିଥିଲେ। ହୋଟେଲ କର୍ମଚାରୀ କହିଛନ୍ତି ଯେ ସୀମା ହାଇଦର ଏବଂ ସଚିନ୍ ବୋଧହୁଏ ହୋଟେଲ ରୁମରେ ବିବାହ ଭିଡିଓ ପ୍ରସ୍ତୁତ କରିଥିଲେ। କାଠମାଣ୍ଡୁରେ ରହିବା ସମୟରେ ସୀମା କାହାକୁ କହି ନଥିଲେ ଯେ ସେ ପାକିସ୍ତାନରୁ ଆସିଛନ୍ତି ବୋଲି।

ସୂଚନାଯୋଗ୍ୟ UP ATS ଜୁଲାଇ 17-18 ରେ ପ୍ରାୟ 18 ଘଣ୍ଟା ପାଇଁ ସୀମା ହାଇଦରକୁ ପଚରାଉଚରା କରିଥିଲା। ଏହା ପରେ ଏଟିଏସ୍ କହିଛି ଯେ ସୀମାର କାହାଣୀ ମଧ୍ୟ ସତ ହୋଇପାରେ। ତେବେ ସୀମାକୁ ଏପର୍ଯ୍ୟନ୍ତ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ ଏବଂ ଘଟଣାର ତଦନ୍ତ ଚାଲିଛି।