ବଜେଟ୍ ଆସିବା ପରେ କଣ ଶସ୍ତା ଓ କଣ ମହଙ୍ଗା ହେଲା? ସାଧାରଣ ଲୋକଙ୍କୁ ମିଳିବ କି ଫାଇଦା, ଜାଣନ୍ତୁ ସବୁକିଛି

 

ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ' ମନ୍ତ୍ର ଏବଂ 'ସବକା ପ୍ରୟାସ'ର ସାମଗ୍ରିକ ରାଷ୍ଟ୍ର ଆଭିମୁଖ୍ୟ ସହିତ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି।

ନିର୍ବାଚନୀ ବର୍ଷ ହୋଇଥିଲେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟରେ ସେପରି କୌଣସି ଲୋକ-ଲୋଭନୀୟ ଘୋଷଣା କରିନାହାନ୍ତି। ଅର୍ଥାତ ସରକାର ଲୋକଙ୍କୁ ଆକୃଷ୍ଟ କରିବା ଅପେକ୍ଷା ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେବାକୁ ଉଦ୍ୟମ କରିଛନ୍ତି। ଆୟକର ଛାଡ଼ ସୀମା ବୃଦ୍ଧି କରାଯାଇନାହିଁ। ସେହପରି ପରୋକ୍ଷ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ଥିବାରୁ କୌଣସି ସାମଗ୍ରୀ ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ। ତେବେ ଏହି ବଜେଟ କାହା ପାଇଁ କଣ ଆସନ୍ତୁ ଜାଣିବା ୧୦ଟି ମୁଖ୍ୟ କାରଣ।

୧- ଇନକମ ଟ୍ୟାଟ୍ସ ଦେଉଥିବା ବ୍ୟକ୍ତିଙ୍କୁ କୌଣସି ଆରାମ ମିଳିନାହିଁ। ଟ୍ୟାଟ୍ସଦାତାମାନେ ପୂର୍ବଭଳି ଏଥରକ ମଧ୍ୟ ଟ୍ୟାକ୍ସ ଦେବେ। ଏଥର ଆୟକରରେ ସରକାର ସାଧାରଣ ଲୋକଙ୍କୁ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

୨- ମଧ୍ୟବିତ୍ତଙ୍କ ପାଇଁ ନୂଆ ଆବାସିକ ଯୋଜନା କରାଯାଇଛି। ଯେଉଁଥିରେ ଘର କିଣୁଥିବା ଏବଂ ଘର ତିଆରି କରୁଥିବା ଲୋକଙ୍କୁ ଫାଇଦା ମିଳିବ।

୩- ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଦେଶର ୪୦ ହଜାର ସେମି ହାଇସ୍ପିଡ୍ ଯଥା ବନ୍ଦେ ଭାରତ ବଗିକୁ ସାଧାରଣ ଏବଂ ସୁପରଫାଷ୍ଟ ଟ୍ରେନରେ ଲଗାଯିବ।ବିମାନଯାତ୍ରୀଙ୍କ ପାଇଁ ମଧ୍ୟ ଏହି ବଜେଟରେ ଖୁସି ଖବର ରହିଛି। ବିମାନ ଇନ୍ଧନ ଫୁଏଲର ଦାମ ହ୍ରାସ କରାଯାଇଛି। ଫଳରେ ବିମାନଯାତ୍ରାର ଟିକେଟ କମ ପଡ଼ିବ।

୪- ବଜେଟ ପୂର୍ବରୁ ମହଙ୍ଗା ହୋଇଛି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ
 ଯାହାଦ୍ବାରା ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବେ ନାହିଁ। ପିଏମ ଆବାସ ଯୋଜନା (ଗ୍ରାମୀଣ)ରେ ୫ ବର୍ଷରେ ୨ କୋଟି ଘର ନିର୍ମାଣ କରାଯିବ।

୫- କୃଷକଙ୍କୁ ପୂର୍ବଭଳି ପିଏମ ଫସଲ ଯୋଜନାର ଲାଭ ଏବେ ମଧ୍ୟ ମିଳିବ। କୃଷକଙ୍କୁ ଫସଲରେ ନେନୋ ଡିଏପିର ପ୍ରୟୋଗ ସହଜ ହୋଇଯିବ।

୬- ସୋଲର ରୁଫଟପ ଯୋଜାନାରେ ପ୍ରତି ମାସରେ ୩୦୦ ୟୁନିଟ୍ ବିଜୁଳି ଫ୍ରିରେ ମିଳିବ।

୭- ରେଳବାଇର ତିନୋଟି କରିଡର ଆରମ୍ଭ ହେବ। ଦେଶକୁ ୧ହଜାର ନୂଆ ବିମାନ ଆସୁଥିବାବେଳେ ବିମାନ ଯାତ୍ରା ପାଇଁ ଟିକେଟ ଦର କମିବ।

୮- ଗର୍ଭାଶୟରେ କର୍କଟ ରୋଗ ରୋକିପା ପାଇଁ ୯-୧୪ ବର୍ଷର ନାବାଳିକାଙ୍କୁ ଟୀକାକରଣ ଆରମ୍ଭ ହେବ। ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ଆୟୂସ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।

୯- ଇ-ବାହାନ ନୀତି ଦ୍ବାରା ସାର୍ବଜନିନ ପରିବହନ ନେଟଓ୍ବର୍କକୁ ଯୋଡ଼ାଯିବ। ଯୁବକମାନଙ୍କୁ ଶୂନ ସୁଧହାରରେ ୫୦ ବର୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ। ଯୁବକଙ୍କୁ ଯୋଗ୍ୟ ଡାକ୍ତର ବନାଇବା ପାଇଁ ଦେଶରେ ବହୁ ମେଡିକାଲ କଲେଜ ଖୋଲାଯିବ।

୧୦- ଦୁଗ୍ଧ ଚାଷୀଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ କରାଯିବ। ମତ୍ସ୍ୟଚାଷକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ। ଏହା ବ୍ୟତୀତ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି କରାଯିବ।‌ ୩ କୋଟି ମହିଳାଙ୍କ ଲକ୍ଷପତି ଦିଦି ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍କିଲ ଇଣ୍ଡିଆ ମିଶନ ଦ୍ବାରା ଅଧିକ ପ୍ରଶିକ୍ଷଣ ଦିଆଯିବ।

​​​​