ଦେଖନ୍ତୁ ଭିଡ଼ିଓ: କଂଗ୍ରେସ ରାଲିରେ ହେଲା ଉଡିଲା 500 ଟଙ୍କିଆ ନୋଟ୍ ର ବର୍ଷା, ଲୋକେ ଟଙ୍କା ନେବା ପାଇଁ ହେଲେ ଧରାମରା

 

ପ୍ରାୟତଃ ଆପଣ ନିଶ୍ଚୟ ଚଳଚ୍ଚିତ୍ରରେ ଦେଖିଥିବେ ଯେ ହିରୋ ରାସ୍ତାରେ ଟଙ୍କା ଉଡାଉଥିବାର ଦେଖାଯାଏ। ନିକଟରେ ମୁକ୍ତିଲାଭ କରିଥିବା OTT ରିଲିଜ୍ ଫର୍ଜିରେ ଶାହିଦ୍ କପୁର୍ ଏକ କାରରୁ ଟଙ୍କା ଉଡାଉଥିବାର ନଜର ଆସିଥିଲେ। କିନ୍ତୁ କର୍ଣ୍ଣାଟକରେ କଂଗ୍ରେସର ଜଣେ ବରିଷ୍ଠ ନେତା ଏହିପରି କିଛି କରି ଚର୍ଚ୍ଚାରେ ରହିଛନ୍ତି।

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଚଳନ୍ତା ବସ ଉପରେ ରହି 500 ଟଙ୍କିଆ ନୋଟ୍ ଉଡ଼ାଇଥିବାର ନଜର ଆସିଛନ୍ତି। ଏହି ଭିଡିଓ ମାଣ୍ଡିଆ ଜିଲ୍ଲାର, ଯେଉଁଥିରେ ଦେଖିବାକୁ ମିଳେ ଯେ ଡି.କେ ଶିବକୁମାର ଦଳୀୟ ରାଲି ସମୟରେ ନୋଟ୍ ଉଡାଉଛନ୍ତି।

ସେ ଜନସାଧାରଣଙ୍କ ଉପରକୁ ନୋଟ୍ ପିଙ୍ଗିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବାର କିଛି ଘଣ୍ଟା ପୂର୍ବରୁ ଡି.କେ ଶିବକୁମାରଙ୍କ ନୋଟ୍ ଉଡାଇବାର ଭିଡିଓ ସାମ୍ନାକୁ ଆସିଛି।

<a href=https://youtube.com/embed/oGqSEHzn1ck?autoplay=1&mute=1><img src=https://img.youtube.com/vi/oGqSEHzn1ck/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କର୍ଣ୍ଣାଟକରେ କଂଗ୍ରେସ ଦଳର ସିଏମ ପ୍ରାର୍ଥୀ ଭାବେ ଡି.କେ ଶିବକୁମାରଙ୍କୁ ବିବେଚନା କରାଯାଉଛି। ସେ ସକ୍ରିୟ ଭାବେ ଦଳ ପାଇଁ ପ୍ରଚାର କରୁଛନ୍ତି। ଶିବକୁମାରଙ୍କ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଏକ ବସ୍‌ରେ ଠିଆ ହୋଇଛନ୍ତି। ଆଉ ସେ ରାଲିରେ ଦୌଡ଼ୁଥିବା ଲୋକଙ୍କ ଉପରେ ନୋଟ୍ ଫିଙ୍ଗୁଛନ୍ତି।