ଦେଖନ୍ତୁ ଭିଡିଓ: ଉଦ୍ଧାର ସମସୟର ଛାତିଥରା ଦୃଶ୍ୟ, ଏମିତି ଟନେଲ୍ ଭିତରୁ ବାହାରକୁ ଆସିଲେ ଶ୍ରମିକ

 

୧୭ ଦିନର ସଂଘର୍ଷ, ୪୧ ଶ୍ରମିକଙ୍କ ଜୀବନ। ଉତ୍ତରାଖଣ୍ଡରର ଉତ୍ତରକାଶୀରେ ଫସିଥିବା ଶ୍ରମିକମାନେ ଉଦ୍ଧାର ହେବା ପରେ ସବୁଠି ଉତ୍ସାହର ମାହୋଲ। ତେବେ ଶ୍ରମିକମାନେ ଟନେଲ ଭିତରେ କେମିତି ରହିଥିଲେ । ଶକ୍ତିଶାଳି ମେସିନ ଏବଂ ବିଦେଶରୁ ଆସିଥିଲେ ବିଶେଷଜ୍ଞ । ସବୁ ପ୍ରଚେଷ୍ଠା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଶ୍ରମିକ ।

ନଭେମ୍ବର ୧୨ ତାରିଖରେ୍ ଭୂସ୍ଖଳନରୁ ମାଟି ଧସିବା ପରଠାରୁ ଗତକାଲିର ଉଦ୍ଧାରକାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି କେମିତି ଥିଲା ତାହା ସାମ୍ନାକୁ ଆସିଛି। ଟନେଲ ଧସିବା ବିଷୟରେ ଜାଣିବା ପରେ ସେମାନେ ମାଟିତଳେ ଫସି ଯାଇଥିବା ପ୍ରଥମେ ଜାଣିଥିଲେ । ଏହାପରେ ପ୍ରଥମ ୧୦କୁ ୧୫ ଘଣ୍ଟା ଥିଲା ସଂଘର୍ଷମୟ। ଏହାପରେ ୧୦ରୁ ୧୫ ଘଣ୍ଟା ପରେ ଏକ ପାଇପ ଯୋଗେ ଖାଦ୍ୟ ଆସିବା ପରେ ଶ୍ରମିକଙ୍କ ମଧ୍ୟରେ ଜୀବନ ଫେରିଥିଲା । ଶ୍ରମିକଙ୍କୁ୍ ପାଇପ ଯୋଗେ ଖାଦ୍ୟ ଆସି ପହଞ୍ଚିଥିଲା । ଏହାପରେ ସେମାନେ ଏଠାରୁ ମୁକ୍ତ ହେବେ ବୋଲି ନିଶ୍ଚିତ ହୋଇଥିଲେ।

ଏହାର ଦୃଶ୍ୟ ଏବେ ସାମନାକୁ ଆସିଛି । ଟନେଲ ଭିତରରୁ ପାଇପରେ ବୋତଲ ସାହାଯ୍ୟରେ ଖାଦ୍ୟ ପଠା ଯାଉଥିଲା । ତେବେ ଏହି ସବୁ ବୋତଲର ଫଟୋ ରହିଥିବା ଦେଖିବାକୁ ମିଳିଛି । ସେଠାରେ କିଭଳିଭାବେ ରାତି କାଟୁଥିଲେ ଏବଂ ଖାଉଥିଲେ ସେସବୁ ଫଟୋ ମଧ୍ୟ ସାମନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

୧୭ ଦିନ ଧରି ଶ୍ରମିକମାନେ ଫସି ରହିଥିବାବେଳେ ଟନେଲ ବାହାରେ ଉଦ୍ଧାର ପାଇଁ ଚାଲିଥିଲା ଯୋଜନା । ପ୍ରଥମରୁ ବହୁ ଯୋଜନା ଫେଲ ମାରିଥିଲା । ତେବେ ଦେବତାଙ୍କ କୋପରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ବୋଖନାଗ ଦେବତା ଶାନ୍ତ ହେବା ପରେ ଶ୍ରମିକମାନେ ଉଦ୍ଧାର ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏପରିକି ଆଜି ମଧ୍ୟ ଟନେଳ ବାହାରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । 

<a href=https://youtube.com/embed/15Ae8GNcpFg?autoplay=1&mute=1><img src=https://img.youtube.com/vi/15Ae8GNcpFg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଶ୍ରମିକଙ୍କ ପରିବାର ଲୋକେ ବେଶ ଚିନ୍ତାରେ ରହିଥିବାବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏପରିକି ସାରା ଭାରତ ବର୍ଷରେ ଏକ ଖୁସି ଖବର ଖେଳି ଯାଇଛି । ମେଡିକାଲରେ ଶ୍ରମିକମାନେ ରହିଥିବାବେଳେ ଆଜି ନିଜ ନିଜ ଘରକୁ ଫେରିବେ ବୋଲି ସୂଚନା ରହିଛି ।