ଦେଖନ୍ତୁ ଭିଡିଓ: ହତ୍ୟାର ସେହି ୧୦ ସେକେଣ୍ଡ, ଏମିତି ଗ୍ୟାଙ୍ଗଷ୍ଟର ଅତିକକୁ ଗୁଳି କରି ମାରିଦିଆଗଲା

 

ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବା ସମୟରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ହତ୍ୟା କରାଯାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ପ୍ରୟାଗରାଜର ଏକ ମେଡିକାଲକୁ ନିଆଯାଉଥିବା ବେଳେ ଉଭୟ ଗୁଳିମାଡ଼ର ଶିକାର ହୋଇଛନ୍ତି। ଅତିକ ଓ ଅଶ୍ରଫ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି  ଗୁଳିମାଡ଼ ହୋଇଥିଲା। ମାତ୍ର ୧୦ ସେକେଣ୍ଡ ଭିତରେ ଏହି ଘଟଣା ଘଟିଥିଲା।

ସୂଚନା ନୌଶରେ ସାମ୍ବାଦିକ ବେଶରେ ଆସି ୩ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି। ଏନେଇ ଅଧିକ ଛାନ୍‌ଭିନ୍ ଜାରି ରହିଛି। ଫୋରେନ୍‌ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିଜେ ପ୍ରୟାଗରାଜ ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଘଟଣାରେ ଜଣେ ପୋଲିସ କର୍ମୀ ଏବଂ ଜଣେ ସାମ୍ବାଦିକ ଆହତ ହୋଇଥିବା କମିଶନର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ଗ୍ୟାଙ୍ଗଷ୍ଟର ଅତିକ ଓ ତା’ର ଭାଇକୁ ସର୍ବ ସମ୍ମୁଖରେ ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳିକରି ହତ୍ୟା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଆଲର୍ଟ ହୋଇଛି ପୋଲିସ। ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ବିଭିନ୍ନ ସହରରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି।

null