ଉପରୁ ଖସି ବଞ୍ଚିଗଲା ଶିଶୁ ହେଲେ ଲୋକଙ୍କ ଅପମାନ ସହି ନପାରି ଜୀବନ ହାରିଦେଲେ ମହିଳା, ଜାଣନ୍ତୁ ପୁରା ଘଟଣା

 

ସୋସିଆଲ ମିଡିଆର ଟ୍ରୋଲିଂ ସହି ନ ପାରି ଜୀବନ ହାରି ଦେଲା ମା ! ଆଜ୍ଞା ହଁ , ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇଠାରେ । ଗତ କିଛି ଦିନ ତଳେ ଏକ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଥିଲା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭିଡ଼ିଓଟିରେ ଆପଣ ଦେଖିବାକୁ ପାଇବେ ଯେ , ଏକ ଶିଶୁ ଚତୁର୍ଥ ମହଲାରୁ ଖସି ଏକ ଟିଣ ଶେଡ୍ରେରେ କିପରି ଝୁଲି ରହିଥିଲା । ହେଲେ ଭଗବାନଙ୍କ କୃପାରୁ ଶିଶୁଟି ବଞ୍ଚି ଯାଇଛି । ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆକୁ ଆସିବା ପରେ ଲୋକ ମାନେ ମାଆକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଯାହାକୁ ସହିପାରି ନଥିଲା ମା, ଆଉ ସବୁ ଦିନ ପାଇଁ ହାରି ଦେଲା ନିଜ ଜୀବନ । 

ସୂଚନାଯୋଗ୍ୟ, ଏପ୍ରିଲ୍ ୨୮ ରେ ଏହି ଘଟଣା ଘଟିଥିଲା ଯେତେବେଳେ 33 ବର୍ଷିୟ ଭି ରାମିଆ ସାତ ମାସର ଝିଅକୁ ଆପାର୍ଟମେଣ୍ଟର ଚତୁର୍ଥ ମହଲା ଗ୍ୟାଲେରୀରେ ସ୍ତନ୍ୟପାନ କରାଉଥିଲେ। ତା’ପରେ ଝିଅଟି ତାଙ୍କ ହାତରୁ ଖସିପଡି ଶେଡରେ ଅଟକି ଯାଇଥିଲା।

ପଡୋଶୀ ଲୋକମାନେ ଶିଶୁକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ଏବଂ ଏହି ସମୟ ମଧ୍ୟରେ କେହି କେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଏହି ଘଟଣା ପରେ ସେ ଡିପ୍ରେସନରେ ଯାଇଥିଲେ। ସେ ଚିକିତ୍ସିତ ହେଉଥିଲେ। ଅନଲାଇନ୍ ଟ୍ରୋଲିଂର ଶିକାର ହେବା ପରେ ସେ ଆତ୍ମହତ୍ୟା କରିଦେଇଛନ୍ତି।

ଶେଷରେ ଆପଣଙ୍କୁ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଆପଣ ଯେ କୌଣସି ଭିଡ଼ିଓ କିମ୍ବା ପୋଷ୍ଟ ଦେଖୁଛନ୍ତି ତାର ସତ୍ୟତା ନ ଜାଣି କମେଣ୍ଟ କରନ୍ତୁ ନାହିଁ ।